ନୁଆଦିଲ୍ଲୀ, ଜୁଲାଇ ୨୭ : ଦେଶରେ ଶିକ୍ଷା କ୍ଷେତ୍ରରେ ଗବେଶଣା ପାଇଁ ଆଗାମୀ ୫ ବର୍ଷରେ ୫୦ହଜାର କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏହା ଦ୍ୱାରା ଦେଶର ଗବେଶଣା ପରିସଂସ୍ଥାନ ଅଧୀକ କ୍ରିୟାଶିଳ ଏବଂ ସୁଦୃଢ କରିବା ପାଇଁ କେନ୍ଦ୍ର ସରକାର ନୂଆ ଶିକ୍ଷା ନିତି ଅନ୍ତର୍ଗତ ରାଷ୍ଟ୍ରୀୟ ଗବେଶଣା ଅନୁଷ୍ଠାନ(ଏନଆର୍ଏଫ୍) ଗଠନ କରିବେ । ଗତକାଲି ଲୋକସଭାରେ ଏକ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ପ୍ରଦାନ ଏହି ସୂଚନା ଦେଇଛନ୍ତି । ତେବେ ଏହି ଏନଆର୍ଏଫ୍ ର ମୁଖ୍ୟ ଉଦେଶ୍ୟ ହେଉଛି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଗବେଶଣାକୁ ପ୍ରୋତ୍ସାହନ ଦେବା ସହ ସାମଗ୍ରୀକ ଗବେଶଣାକୁ ଅଧିକ ସୁଦୃଢ କରିବ । ଏଥିରେ ସରକାରୀ ତଥା ଅଣ ସରକାରି ସଂସ୍ଥା ଗୁଡିକ ମଧ୍ୟ ଉପକୃତ ହେବେ । ଏହା ସହ ସେ ସୂଚନା ଦେଇଛନ୍ତି ଯେ ମେଡିକାଲ ପ୍ରବେଶିକା ପରିକ୍ଷା ପାଇଁ ଅନୁଷ୍ଠିତ ନିଟ୍ ପରିକ୍ଷା ୧୧ଟି ଭାଷାରେ ହେଉଥିବା ବେଳେ ଏହାକୁ ବୃଦ୍ଧୀ କରି ଏବେ ୧୩ ଟି ଭାଷାରେ କରାଯାଇଛି ।
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l