ପାଟଣା ୧୭।୦୨ : ନାବାଳକର ଝୁଲନ୍ତା ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ପାଟଣା ଗାଁ ନିକଟ ଥିବା ଗଛରୁ ମୃତଦେହ ମିଳିଛି । ମୃତ ନାବାଳକ ଗଣେଶ ମୁଣ୍ଡା , ପାଟଣା ଥାନା ଖଡିକାପଦା ଗାଁର ବୋଲି ଜଣାପଡିଛି । ଖବର ଅନୁଯାୟୀ, ପାଟଣା ଗାଁ ନିକଟରେ ଥିବା ଏକ ଗଛରେ ନାବାଳକର ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ଗାଁଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ତେବେ ମୃତ୍ୟୁର କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି । ନାବାଳକର ମୃତ୍ୟୁ ପଛରେ ହତ୍ୟା ନା ଆତ୍ମହତ୍ୟା ।ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।
ଗଛରେ ଝୁଲୁଛି ନାବାଳକର ମୃତଦେହ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ