ଉଦଳା ୩୧।୧୦: ଗାଁ ଦାଣ୍ଡରେ ମହିଳାଙ୍କୁ ନିସ୍ତୁକ ମାଡ଼ ।ରାସ୍ତାରେ ଗୋଡେଇ ଗୋଡେଇ ମହିଳାଙ୍କୁ ନିର୍ଘାତ ମାଡ ମାରିଲେ ଜଣେ ଯୁବକ । ଏହି ସମୟରେ ନିଜ ମାଙ୍କୁ ଛାଡି ଦେବାକୁ ଗୁହାରି କରି କାନ୍ଦୁଛି କୁନି ଝିଅ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ବରଡିହି ପଞ୍ଚାୟତ ପାଟଶୁଣିପୁର ଗାଁରେ ଘଟିଛି ଏପିର ଅଭାବନୀୟ ଘଟଣା । ଖବର ଅନୁଯାୟୀ, ଗାଁର ବାଦଲ ମଲ୍ଲିକ ଚାଷ କରୁଥିବା ଜମି ନିକଟରେ ଏକ ପୁରୁଣା ଗଛ ରହିଛି । ଯାହାକୁ ନେବା ନିମନ୍ତେ ଅନେକ ଦିନ ହେବ ବାଦଲ ଏବଂ ଗାଁର ଯୁବକ ପିଲୁ ପ୍ରଧାନଙ୍କ ମଧ୍ୟରେ ବିବାଦ ରହି ଆସିଥିଲା ।ବାଦଲଙ୍କ ସ୍ତ୍ରୀ ବାସନ୍ତୀ ମଲ୍ଲିକ ବିଲକୁ ଯାଇ ଫେରିବା ସମୟରେ ତାଙ୍କୁ ଗାଁ ଦାଣ୍ଡରେ ଅଟକାଇ ପିଲୁ ପ୍ରଧାନ ପାଟିତୁଣ୍ଡ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲା । ମହିଳା ଜଣକ ଛାଡି ଦେବାକୁ କହିଥିଲେ କିନ୍ତୁ ଯୁବକ ଜଣକ ମହିଳାଙ୍କୁ ନିସ୍ତୁକ ମାଡ଼ ମାରି ଗୁରୁତର କରିଥିଲେ । ପରେ ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି ଥିବା ବେଳେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଗୁରୁତର ଅବସ୍ଥାରେ ବାସନ୍ତୀ ଚିକିତ୍ସିତ ହେଉଥିବା ବେଳେ ଏନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଗଛକୁ ନେଇ ବିବାଦ, ଗାଁ ଦାଣ୍ଡରେ ମହିଳାଙ୍କୁ ନିସ୍ତୁକ ମାଡ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ