ନୂଆଦିଲ୍ଲୀ ୧୪/୦୬: ୟୁକ୍ରେନ୍ର ଖାର୍କିଭ୍ ସହରରେ ରୁଷ ସେନା ବାରମ୍ବାର ଯୁଦ୍ଧ ଅପରାଧ ଘଟାଇଛନ୍ତି । ଏହାକୁ କବ୍ଜା କରିବା ଲାଗି ପାରୁପର୍ଯ୍ୟନ୍ତ ଚେଷ୍ଟା କରିବାକୁ ଯାଇ ବେଆଇନ ରାସ୍ତା ଆପଣାଇଛନ୍ତି । ନିଜର ୪୦ ପୃଷ୍ଠା ସମ୍ବଳିତ ଏକ ନୂଆ ରିପୋର୍ଟରେ ଏଭଳି ଅଭିଯୋଗ ଆଣିଛି ଆମ୍ନେଷ୍ଟି ଇଣ୍ଟରନ୍ୟାସ୍ନାଲ । ରୁଷ ସେନା ଚଳିତବର୍ଷ ଫେବ୍ରୁଆରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ଦିନରୁ ଖାର୍କିଭ୍ ଉପରେ ନଜର ପକାଇଥିଲେ । ଏଠାରେ ଘନଘନ ବୋମା ଓ ମିସାଇଲ ମାଡ଼ କରିଥିଲେ । ତଥାପି ସହରକୁ ସମ୍ପୂର୍ଣ୍ଣ କବ୍ଜା କରିବା ସେମାନଙ୍କ ପକ୍ଷେ ସହଜ ହୋଇ ନ ଥିଲା। ଶେଷରେ ଘରୋଇ ସେନାର ଜୋରଦାର ଜବାବୀ ହମ୍ଲାରେ ପଛଘୁଞ୍ଚା ଦେଇଥିଲା ପୁଟିନ୍ ସେନା । ତେବେ ସହରରୁ ପ୍ରସ୍ଥାନ ପୂର୍ବରୁ ସେମାନେ ପ୍ରଭୁତ କ୍ଷତି ଘଟାଇ ସାରିଥିଲେ । ଭିତ୍ତିଭୂମି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବରବାଦ କରିଦେଇଥିଲେ । ଖାର୍କିଭ୍ରେ ରୁଷ ସେନା ‘କ୍ଲଷ୍ଟର୍ ମ୍ୟୁନିସନ୍’ ମଧ୍ୟ ଉପଯୋଗ କରିଥିଲେ । ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । କ୍ଲଷ୍ଟର ମ୍ୟୁନିସନ୍ ବା ବୋମାକୁ ଯୁଦ୍ଧରେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଜାତିସଂଘ ସମ୍ମିଳନୀରେ ନିଷ୍ପତ୍ତି ହୋଇଥିଲା । ଏହାକୁ ସମ୍ପୂର୍ଣ୍ଣ ବ୍ୟାନ୍ ପାଇଁ ଚୁକ୍ତି ହୋଇଥିଲା । ତେବେ ରୁଷ ଓ ଆମେରିକା ଏହି ଚୁକ୍ତିରେ ସାମିଲ ହୋଇ ନ ଥିଲେ । ତାହାର ସୁଯୋଗ ନେଇ ରୁଷ ଖାର୍କିଭ୍ରେ ଏହି ଅସ୍ତ୍ର ପ୍ରୟୋଗ କରିଥିଲା । ଏହି କ୍ଲଷ୍ଟର ବୋମାରେ କ୍ଷୁଦ୍ର ଆକାରର ବିସ୍ଫୋରକ ବା ଛୋଟ ବୋମା ନିହିତ ରହିଥାଏ । ସୈନ୍ୟ ଓ ଯୁଦ୍ଧ ଯାନକୁ ନଷ୍ଟ କରିବା ଲାଗି ଏହାକୁ ପ୍ରସ୍ତୁତ କରାଯାଇଛି । ଆଉ କିଛି କ୍ଲଷ୍ଟର ମ୍ୟୁନିସନ୍ ରନ୍ୱେ ଓ ବିଦ୍ୟୁତ ସଞ୍ଚାରଣ ଲାଇନ୍କୁ କ୍ଷତି ପହଞ୍ଚାଇବା ପାଇଁ ତିଆରି କରାଯାଇଥାଏ ।
ଖାରକିଭ୍ ଦଖଲ ପାଇଁ ବେଆଇନ ରାସ୍ତା ଆପଣାଉଛି ଋଷ, ବ୍ୟବହାର କରୁଛି ‘କ୍ଲଷ୍ଟର୍ ମ୍ୟୁନିସନ୍’

Firefighters work to contain a fire at the Economy Department building of Karazin Kharkiv National University, allegedly hit during recent shelling by Russia, on March 2, 2022. (Photo by Sergey BOBOK / AFP)
More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଜିଠାରୁ ଦୁଗ୍ଧ ଦର ଲିଟର୍ପିଛା ୩ ଟଙ୍କା ବୃଦ୍ଧି କଲା ‘ଅମୂଲ’