କୋରାପୁଟ ୧୭।୨: କୋଟିଆରେ ଫେଲ୍ ମାରିଲା ଆନ୍ଧ୍ରର ସ୍ଵାସ୍ଥ୍ୟ ସେବା। କୋଟିଆର ଫଗୁଣସିନେରୀ ଠାରେ ଏକାସଙ୍ଗେ ଚାଲିଥିଲା ଓଡ଼ିଶା ଓ ଆନ୍ଧ୍ରର ସ୍ଵାସ୍ଥ୍ୟ ଶିବିର। ଓଡ଼ିଶା ସ୍ଵାସ୍ଥ୍ୟ ଶିବିର ଆମ୍ବୁଲାନ୍ସ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ଵାସ୍ଥ୍ୟ ଶିବିର କରି ଫଗୁଣସିନେରୀ ଠାରେ ପହଞ୍ଚିଥିଲେ । ଠିକ୍ ସେହି ସମୟରେ ଆନ୍ଧ୍ର ପକ୍ଷରୁ ସ୍ଵାସ୍ଥ୍ୟ ଶିବିର କରିବାକୁ ଫଗୁଣସିନେରୀ ଠାରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା ଗ୍ରାମବାସୀମାନେ ଓଡିଶା ଆମ୍ବୁଲାନ୍ସ ନିକଟକୁ ଆସି ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣାରେ ମେଡିସିନ ନେଇଥିବା ବେଳେ ଆନ୍ଧ୍ର ଆମ୍ବୁଲାନ୍ସ ନିକଟକୁ ଲୋକମାନେ ନଆସିବାରୁ ଅଧିକାରୀମାନେ ଶେଷରେ ଫେରିଯାଇଥିବା ଜଣାପଡିଛି। ଓଡିଶା ତରଫରୁ କୋଟିଆ ଗ୍ରାମପୁଞ୍ଜରେ ୧୭୮ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ମେଡିସିନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।
କୋଟିଆରେ ଫେଲ୍ ମାରିଲା ଆନ୍ଧ୍ରର ସ୍ଵାସ୍ଥ୍ୟ ଶିବିର

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ