ନୂଆଦିଲ୍ଳୀ(୦୨/୧୧): ପୁଣି କେନ୍ଦ୍ର ଉପରେ ବର୍ଷିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଓବେସୀ । ଦେଶ ବାହାରୁ ଆସୁଥିବା ସଂଖ୍ୟାଲଘୁ ସଂପ୍ରଦାୟ ବ୍ୟକ୍ତିଙ୍କୁ ନାଗରିକତା ଦେବା ଅଧିକାର ଉପରେ କେନ୍ଦ୍ରର ନିଷ୍ପତ୍ତିକୁ ନେଇ ଟାର୍ଗେଟ କରିଛନ୍ତି। ପ୍ରକୃତରେ ଗୁଜରାଟର ଦୁଇଟି ଜିଲ୍ଲା ଆନନ୍ଦ ଏବଂ ମେହସାଣାର କଲେକ୍ଟରଙ୍କୁ ପଡ଼ୋଶୀ ଦେଶ ଆଫଗାନିସ୍ତାନ, ବାଙ୍ଗଲାଦେଶ ଏବଂ ପାକିସ୍ତାନରୁ ଆସୁଥିବା ସଂଖ୍ୟାଲଘୁ ସଂପ୍ରଦାୟ ବ୍ୟକ୍ତିଙ୍କୁ ନାଗରିକତା ଦେବା ଅଧିକାରକୁ ନେଇ ବର୍ଷିଛନ୍ତି। ସେ କହିଛନ୍ତି ଯେ ନାଗରିକତା ଦେବା କାମ ଭାରତରେ ପୂର୍ବରୁ ହିଁ ହେଉଛି। ପ୍ରଥମେ ତ’ ସରକାର ଅଧିକ ସମୟ ଅବଧିର ଭିଜା ଦେଉଛନ୍ତି ଏବଂ ପରେ ସେମାନଙ୍କୁ ନାଗରିକତା ମିଳିଯାଉଛି । ସରକାରଙ୍କୁ ନାଗରିକତା ଦେବା ଆଇନକୁ ଧର୍ମ ନିରପେକ୍ଷ କରିବା ଦରକାର। ସିଏଏକୁ ଏନପିଆର ଏବଂ ଏନଆରସି ସହ ଯୋଡ଼ିବାକୁ ହେବ। ଓବେସୀ ଆହୁରି କହିଛନ୍ତି ଯେ ସିଏଏକୁ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ଏବଂ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର ସହ ଯୋଡ଼ିବା ଦରକାର। ପ୍ରକୃତରେ କେନ୍ଦ୍ର ସରକାର ଏକ ବିବୃତ୍ତି ଜାରି କରି ଗୁଜରାଟର ଦୁଇ ଜିଲ୍ଳା ମେହସାଣା ଏବଂ ଆନନ୍ଦର କଲେକ୍ଟରଙ୍କୁ ପଡ଼ୋଶୀ ଦେଶ ଆଫଗାନିସ୍ତାନ, ବାଙ୍ଗଲାଦେଶ ଏବଂ ପାକିସ୍ତାନରୁ ଆସୁଥିବା ଅଳ୍ପସଂଖ୍ୟକଙ୍କୁ ନାଗରିକତା ଦେବାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସମୟରେ ଗୁଜରାଟର ଦୁଇ ଜିଲ୍ଲା ମେହସାଣା ଏବଂ ଆନନ୍ଦରେ ପଡ଼ୋଶୀ ଦେଶରୁ ଆସିଥିବା ସଂଘ୍ୟାଲଘୁ ସଂପ୍ରଦାୟର ହିନ୍ଦୁ, ସିଖ୍, ବୌଦ୍ଧ, ଜୈନ, ପାରସୀ ଏବଂ ଇସାଇ ଧର୍ମର ଲୋକେ ରହୁଛନ୍ତି। ଏମାନଙ୍କୁ ନାଗରିକତା ଦେବାର ଏହି ନିଷ୍ପତ୍ତି ନାଗରିକତା ଅଧିନିୟମ ୧୯୫୫ ଅନୁଯାୟୀ ନିଆଯାଇଛି।
କେନ୍ଦ୍ର ସରକାରଙ୍କୁ ଓବେସୀଙ୍କ ଟାର୍ଗେଟ୍

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ