ସାଲେପୁର ୧୫।୦୬ : ସଡ଼କ ଦୁର୍ଘଟଣାର ବାଇକ ଆରୋହୀ ମୃତ । କଟକ ଜିଲ୍ଲା ସାଲେପୁର ଶିଶୁଆ ହରିଚନ୍ଦନପୁର ବ୍ୟାରେଜ୍ ନିକଟରେ ଘଟିଛି ଦୁର୍ଘଟଣା । ମୃତ ଯୁବକ ହେଲେ ଜଗତପୁର ଥାନା ଆତୋଡ଼ା ଗାଁର ରାଜା ଦେହୁରୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ରାଜା ବାଇକରେ ଆସୁଥିବା ସମୟରେ ହଠାତ୍ ଭାରସାମ୍ୟ ହରାଇ କେନାଲ ପାର୍ଶ୍ୱରେ ଥିବା ଦେବାଲରେ ପିଟି ହୋଇଥିଲେ । ଏହା ପରେ କେନାଲ ଭିତରକୁ ଖସିପିଡିଥିବା ବେଳେ ଗାଡିଟି ଗଛରେ ଲାଗିରହିଥିଲା । ପରେ ଘଟଣାସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ସାଲେପୁର ମେଡିକାଲର ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେପଟେ ଘଟଣାସଂପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
କେନାଲ କଡ଼ ଦେବାଲରେ ପିଟିହେଲା ବାଇକ, ଚାଲିଗଲା ଆରୋହୀଙ୍କ ଜୀବନ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ