କାମାକ୍ଷାନଗର ୯।୮: କେନାଲରେ ବୁଡି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ଥାନା ବୁଢିବିଲି ଗ୍ରାମର ତ୍ରିଲୋଚନ ମହାନ୍ତଙ୍କ ସ୍ତ୍ରୀ ସୁଶିଳା ମହାନ୍ତ। ସୂଚନାଯୋଗ୍ୟ ଯେ, ସୋମବାର ସୁଶିଳା ବିଲକୁ କାମ କରିବାକୁ ଯାଇ ସନ୍ଧ୍ୟା ସମୟରେ ରାମିଆଳ ବାମ କେନାଲକୁ ଗାଧୋଇବା ପାଇଁ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ କେନାଲରେ ବହୁ ଖୋଜାଖୋଜି କରି ପାଇନଥିଲେ। ଫଳରେ ମଙ୍ଗଳବାର କେନାଲରୁ ପାଣି ବନ୍ଦ କରିବା ପରେ ତାଙ୍କ ମୃତଦେହ ସେହି କେନଲରେ ଭାସୁଥିବା ଅବସ୍ଥାରେ ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କଙ୍କଡ଼ାହାଡ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ।
କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡିଗଲେ ମହିଳା, ଉଦ୍ଧାର ହେଲା ମୃତଦେହ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ