ଅଯୋଧ୍ୟା, ଡିସେମ୍ବର ୧୫ : ଉତ୍ତରପ୍ରଦେଶର କାଶୀ ପରେ ଅଯୋଧ୍ୟାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ନେତାଙ୍କ ସଂଗମ ହେବ। ଡିସେମ୍ବର ୧୫ ତାରିଖ(ବୁଧବାର) ପୂର୍ବାହ୍ନ ପାଖାପାଖି ୧୧ଟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ବିଜେପି ଶାସିତ ୧୧ ମୁଖ୍ୟମନ୍ତ୍ରୀ ଓ ୨ ଜଣ ଉପମୁଖ୍ୟମନ୍ତ୍ରୀ ରାମଲଲାଙ୍କ ଦର୍ଶନ କରିବାକୁ ପହଞ୍ଚିବେ। ଏଥିରେ ସାମିଲ ୮ ରାଜ୍ୟର ମୁଖିଆ ନିଜର ପରିବାର ସହିତ ଆସିବେ। ସୂଚନାଯୋଗ୍ୟ, ରାମମନ୍ଦିର ଉପରେ ନିଷ୍ପତ୍ତି ପରେ ଜେପି ନଡ୍ଡା ଓ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଅଯୋଧ୍ୟା ଯାତ୍ରା। କାଶୀରୁ ଅଯୋଧ୍ୟା ପହଞ୍ଚିବା ପାଇଁ ମଝିରେ ମଝିରେ ଡାଏଭର୍ସନ କରାଯାଇଛି। ଏହା ଦ୍ବାରା ଲୋକେ ସୁବିଧାରେ କାଶୀରୁ ଅଯୋଧ୍ୟା ଯାଇପାରିବେ। ମୁଖ୍ୟମନ୍ତ୍ରୀମାନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଅତିରିକ୍ତ ମହିଳା ଅଧିକାରୀଙ୍କ ବ୍ୟବସ୍ଥା କରାଯାଇଛି। ଭଗବାନ ଶଙ୍କରଙ୍କ ଧାମରୁ ରାମଙ୍କ ନଗରୀରେ ବିରାଜମାନ କରିବେ ଆସାମ, ହରିଆଣା ଓ ଗୁଜରାଟ ମୁଖ୍ୟମନ୍ତ୍ରୀ। ସେହିଭଳି ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମଣିପୁର, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଗୋଆ, କର୍ଣ୍ଣାଟକ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ନିଜ ପରିବାର ସହିତ ଅଯୋଧ୍ୟା ପହଞ୍ଚିବେ। ଏହା ବ୍ୟତୀତ ଅରୁଣାଚଳ ପ୍ରଦେଶ ଓ ବିହାରର ଉପମୁଖ୍ୟମନ୍ତ୍ରୀ ମଧ୍ୟ ଅଯୋଧ୍ୟା ଆସିବେ। ଏମାନେ ସମସ୍ତେ ରାମଲଲା ଓ ହନୁମାନଙ୍କ ଦର୍ଶନ କରିବା ସହିତ ଆରାଧନା କରିବେ।
କାଶୀ ପରେ ଅଯୋଧ୍ୟାରେ ବିଜେପିର ସଂଗମ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ