ପାଟଣା ୦୪/୦୫: କାଳବୈଶାଖୀ ପ୍ରଭାବରେ ଉଡ଼ିଗଲା ଆଶ୍ରମ ବିଦ୍ୟାଳୟର ଉଡ଼ିଗଲା ଆଜବେଷ୍ଟସ ଛପର । ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୨୦ ଅନ୍ତେବାସୀ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପବନ ଯୋଗୁ ନୂଆଖମଣ ଆଶ୍ରମ ବିଦ୍ୟାଳୟର ଛାତ୍ରାବାସର ଆଜବେଷ୍ଟସ୍ ଛପର ଉଡି ଯାଇ ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଜବେଷ୍ଟସ ଛପର ଉଡିଯିବା ଫଳରେ ଛାତ୍ରାବାସରେ ଥିବା ୨୦ ଅନ୍ତେବାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଛାତ୍ରାବାସରେ ପାଣି ପଶି ଆସବାବପତ୍ର ନଷ୍ଟ ହୋଇଯାଇଛି । ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବାରୁ ବିଦ୍ୟୁତ ସେବା ବିଛିନ୍ନ ହୋଇଛି ।
କାଳବୈଶାଖୀ ପ୍ରଭାବ: ଉଡ଼ିଗଲା ଆଶ୍ରମ ବିଦ୍ୟାଳୟର ଆଜବେଷ୍ଟସ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ