ସୋନପୁର ୧୨।୦୭: କାର୍- ଅଟୋ ମୁହାଁମୁହିଁ ଧକ୍କା । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତ କରାଯାଇଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋନପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଖାରି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଟୋ ଯାତ୍ରୀଙ୍କୁ ନେଇ ବଲାଙ୍ଗୀର ପଟୁ ସୋନପୁର ଆସିଥିବା ବେଳେ ଏକ କାର୍ ସୋନପୁର ଆଡ ଆସୁଥିଲା । ଏହା ସମୟରେ ଉଭୟ ଗାଡି ନିଜ ନିଜର ନିୟନ୍ତ୍ରଣ ହରାଇ ମୁହାଁ ମୁହାଁ ଧକ୍କା ହୋଇଥିଲେ । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାଗ୍ରସ୍ତ କାର୍ଟି ଜଣେ ପୋଲିସ ଅଧିକାରୀଙ୍କୁ ବୋଲି ସୂଚନା ମିଳିଛି । କିନ୍ତୁ ଏବେ ଯାଏଁ କିଛି ସ୍ପଷ୍ଟ ତଥ୍ୟ ମିଳିନାହିଁ ।
କାର୍-ଅଟୋ ମୁହାଁମୁହିଁ ଧକ୍କା : ୩ ମୃତ, ୫ ଆହତ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ