ମୁନିଗୁଡ଼ା ୨୯।୦୩ : ରାଜ୍ୟ ବାହାରକୁ ଚୋରା ଚାଲାଣ ବେଳେ ଧରାପଡିଲା ୬୬ କେ.ଜି ଗଞ୍ଜେଇ । ଏହାସହ ୩ ମାଫିଆଙ୍କୁ ଗିରଫ କରିଛି ପୋଲିସ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଷ୍ଟେସନ ଛକ ନିକଟରେ ରାତି ପାଟ୍ରୋଲିଂ ବେଳେ ଏକ ସ୍ଵିପ୍ଟ କାର୍ରୁ ପୋଲିସ ଏହି ଗଞ୍ଜେଇ ଜବତ କରିଛି। ଖବର ଅନୁଯାୟୀ, ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏହାପରେ ମୁନିଗୁଡା ଏସଡ଼ିପିଓଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ରେଳ ଷ୍ଟେସନ ଛକ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ସ୍ଵିଫ୍ଟ କାରକୁ ସନ୍ଦେହ କରି ଅଟକାଇଥିଲେ। ପୋଲିସକୁ ଦେଖି କାରଟି କିଛି ଦୂର ଦ୍ରୁତ ଗତିରେ ଚାଲିଯାଉଥିବା ବେଳେ ପୋଲିସ ପିଛା କରି କାରଟିକୁ ଅଟକାଇଥିଲା। ପରେ ସେଥିରେ ଗଞ୍ଜେଇ ଥିବା ଅନୁମାନ କରି ଥାନାକୁ ଆଣି ଯାଞ୍ଚ୍ ବେଳେ ୬୬ କିଲୋ ଗଞ୍ଜେଇ ଜବତ ହୋଇଛି l ଏଥିସହ କାରରେ ଥିବା ୩ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ଛତିଶଗଡର ବିନୟ କୁମାର ୟାଦବ, ରାଇସିଂ ପୁରେ ଓ ଉତ୍ତରପ୍ରଦେଶର ରବି ତିୱାରୀ। ଅଭିଯୁକ୍ତମାନେ ମୋହନା ଅଞ୍ଚଳରୁ ଗଞ୍ଜେଇ ଆଣି ଦୁର୍ଗୀ ଓ ବିଷମକଟକ ରାସ୍ତାଦେଇ ଛତିଶଗଡ ଅଭିମୁଖେ ଯାଉଥିବା ଜଣାପଡିଛି l ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି l
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା