Headlines Odisha Tv

An Odia News Portal

କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ

ପୁରୀ ,ନଭେମ୍ବର 19 : ଆଜି ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ପୁରୀ ଶ୍ରୀମନ୍ଦିରର ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ତେବେ କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଏହି ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ରେ ପ୍ରବଳ ଭିଡ଼ ଜମିବା ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି ଏବଂ ସୁରକ୍ଷାବଳୟ ମଧ୍ୟରେ ଠାକୁରଙ୍କ ନୀତିକାନ୍ତି ଅନୁଷ୍ଠିତ ହେଉଛି । ତେବେ ଏହି କାରଣରୁ ସିଂହଦ୍ଵାର ସମ୍ମୁଖରୁ ଜଗାକୁ ଦର୍ଶନ କରୁଛନ୍ତି ଭକ୍ତ । ସେପଟେ ଧର୍ମ ମାସ କାର୍ତ୍ତିକ ର ଆଜି ହେଉଛି ଶେଷ ଦିନ ମାସକ ସାରା ହବିସ ଖାଇ ନିଷ୍ଠାର ସହ ବ୍ରତ ପାଳିଥିବା ହବିଷାଳିଙ୍କ ଶେଷ ଦିନ ।

ତେଣୁ ଆଜି ଠାକୁରଙ୍କ ପାଖେ ପୂଜାର୍ଚ୍ଚନା କରି ବ୍ରତ ଭଙ୍ଗ କରିବେ ହବିଷାଳି । ହେଲେ କରୋନା କଟକଣା ପାଇଁ ଫିକା ପଡ଼ିଯାଇଛି ପରମ୍ପରା । ସେପଟେ ପୁରୀ ସମୁଦ୍ରରେ ଆଜି ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇବା କରୋନା କଟକଣାକୁ ଫୁ’ କରି ବୋଇତ ଭସାଇଛନ୍ତି ।