ଜାମଗାଁ ୧୧।୭: ଜାତୀୟ ରାଜପଥ ୪୯ ରେଙ୍ଗାଲି ଥାନା ଅନ୍ତର୍ଗତ ସାହାସବଗା ଛକରେ କୋଇଲା ବୋଝେଇ ଟ୍ରେଲର ଏକ କାରକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇବା ପରେ ଟ୍ରେଲର ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇ ଯାଇଛି । ସୂଚନାଯୋଗ୍ୟ ଯେ, ରବିବାର ରାତି ପ୍ରାୟ ସାଢେ ୮ଟା ସମୟରେ ଓଆର୨୩ଡି୪୯୦୯ ନମ୍ବର ବିଶିଷ୍ଟ ଏକ କାର୍ ଝାରସୁଗୁଡା ପଟୁ କନକତୋରା ଅଭିମୁଖେ ଯାଉଥିଲା । ସେହି ଦିଗରୁ ଆସୁଥିବା ଓଡ଼ି୦୨ବିଜି୬୯୬୬ ନମ୍ବରର ଏକ କୋଇଲା ବୋଝେଇ ଟ୍ରେଲର କାର୍କୁ ଧକ୍କା ଦେଇଥିଲା । ଫଳରେ କାର୍ର ସମ୍ମୁଖ ଭାଗ ଚୁରମାର ହୋଇଯାଇଛି । କାର୍ରେ ଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଛନ୍ତି । ଆହତ ୨ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ଖବର ପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେମାନେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଉଥିବା ଜଣାପଡିଛି ।
କାର୍କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରେଲର, ୨ ଆହତ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ