Headlines Odisha Tv

An Odia News Portal

କର୍ଣ୍ଣାଟକର ଦଶମ ଶ୍ରେଣୀର ୧୩ ପିଲା ଆଣିଲେ ସଂପୂର୍ଣ୍ଣ ନମ୍ବର

ବେଙ୍ଗାଲୁରୁ, ଅଗଷ୍ଟ ୧୦ : କର୍ଣ୍ଣାଟକରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ଘୋଷିତ ହୋଇଛି । ବେଙ୍ଗାଲୁରୁର ଚିକ୍କବଲପୁରା ଅଂଚଳରେ ଥିବା ଶ୍ରୀ ବାଲଗଂଗାଧରନାଥ ସ୍ୱାମୀ ଜୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ କର୍ମଚାରୀମାନେ ଖୁସି ମନାଉଛନ୍ତି । ଏଠାରେ ମୋଟ ୧୫୭ ଜଣ ପିଲାଙ୍କ ମଧ୍ୟରୁ ୧୩ ଜଣଙ୍କୁ ୬୨୫ରୁ ୬୨୫ ନମ୍ବର ମିଳିଛି । ପାଖାପାଖି ୧୫୦୦୦ ସ୍କୁଲର ଛାତ୍ରଛାତ୍ରୀମାନେ ଲିଖିତ ପରୀକ୍ଷା ଦେଇଥିଲେ । ବାଲଗଂଗାଧର ନାଥ ସ୍କୁଲର ଛାତ୍ରଛାତ୍ରୀମାନେ ସର୍ବାଧିକ ନମ୍ବର ଆଣିଛନ୍ତି । ଏହି ସ୍କୁଲର ମୋଟ ୧୫୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବିଦ୍ୟାଳୟର ୪ ଜଣ ଛାତ୍ର ୨ୟ ଶ୍ରେଣୀରେ ପାସ କରିଥିବା ବେଳେ ୨ ପିଲାଙ୍କୁ ୩ୟ, ୧୦ ଛାତ୍ରଛାତ୍ରୀ ୪ର୍ଥ ଓ ୫ଜଣଙ୍କୁ ୫ମ ର‌୍ୟାଙ୍କ ମିଳିଛି । ସ୍କୁଲର ଅଧ୍ୟକ୍ଷ ମୋହନ କୁମାର ଡିସି କହିଛନ୍ତି, ଏହା ଅଦ୍ଭୂତ ସମୟ । ସେ କହିଛନ୍ତି ଯେ, ଶିକ୍ଷା ବର୍ଷର ଶେଷ ସମୟରେ ସରକାର ପରୀକ୍ଷା ଶୈଳୀରେ ପରିବର୍ତ୍ତନ କରିଥିଲେ । ଆମେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରଦର୍ଶନ ଆଧାରରେ ବିଭାଜନ କରିଥିଲୁ । ପ୍ରତ୍ୟେକ ୧୫ ଜଣ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେଇଥିଲେ ଜଣେ ଶିକ୍ଷକ । ପ୍ରିନ୍ସପାଲ କହିଛନ୍ତି ଯେ, ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ଡାକନ୍ତି, ପରୀକ୍ଷା କରାନ୍ତି । ଏହାର ଆକଳନ ହୋଇଥାଏ ଏବଂ ତୁରନ୍ତ ପ୍ରତିଉତ୍ତର ଦିଆଯାଏ । ପରୀକ୍ଷା ନିକଟତର ହୋଇଥିଲା । ଆମେ ଛାତ୍ରଛାତ୍ରୀମାନଙ୍କୁ ଛୋଟ ଛୋଟ ଗ୍ରୁପ କରି ଡାକିଥିଲୁ । ଅଧ୍ୟକ୍ଷ କହିଛନ୍ତି, ଆମେ ପିଲାମାନଙ୍କର ଅତୀତର ପ୍ରଦର୍ଶନକୁ ଦେଖି ପରୀକ୍ଷା ପ୍ରସ୍ତୁତ କରାଇଥିଲୁ । ପୂର୍ବରୁ ମଧ୍ୟ ଆମ ସ୍କୁଲ ଭଲ ପ୍ରଦର୍ଶନ କରିଛି । କିନ୍ତୁ ଏଥର ସର୍ବୋତ୍ତମ ପ୍ରଦର୍ଶନ ।