ଫୁଲବାଣୀ : କରୋନା ମହାମାରୀ ଯୋଗୁଁ ୨୦୨୦ ଏବଂ ୨୦୨୧ ଦୁଇବର୍ଷ ଧରି କନ୍ଧମାଳ ଜିଲ୍ଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି। ବିଶେଷ କରି ଏହି ଦୁଇବର୍ଷରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଶୂନ ହୋଇଯାଇଛି। ପୂର୍ବ ବର୍ଷମାନଙ୍କରେ ଜିଲ୍ଲାକୁ ଲକ୍ଷାଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିଥିବା ବେଳେ ଏହି ଦୁଇବର୍ଷରେ ଏହାର ଏକ ଚତୁର୍ଥାଂଶ ବି ଆସିନାହାନ୍ତି। ୨୦୧୯ ମସିହାରେ ଦାରିଙ୍ଗବାଡ଼ିକୁ ୧,୦୪,୭୩୯ ଜଣ ପର୍ଯ୍ୟଟକ ଆସିଥିବା ବେଳେ ୨୦୨୦ ମସିହାରେ ମାତ୍ର ୧୪,୬୭୪ ଜଣ ପର୍ଯ୍ୟଟକ ଆସିଛନ୍ତି। କେବଳ କରୋନା ମହାମାରୀ କଟକଣା ଯୋଗୁଁ ଜିଲ୍ଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ଘଟିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ବାରା ସ୍ବୀକୃତି ପାଇଥିବା ଜିଲ୍ଲାର ୬ଟି ପର୍ଯ୍ୟଟନସ୍ଥଳ ବ୍ୟତୀତ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳକୁ ମଧ୍ୟ ବେଶୀ ସଂଖ୍ୟାରେ ପର୍ଯ୍ୟଟକ ଆସିଛନ୍ତି। ତେବେ ୨୦୨୨ ମସିହାରେ କରୋନା ମହାମାରୀର ପ୍ରଭାବ ନଥିବାରୁ ଏବେ ଜିଲ୍ଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେବେ ଏହି ସଂଖ୍ୟା କେବଳ ଜିଲ୍ଲାର ୬ଟି ପର୍ଯ୍ୟଟନ ସ୍ଥଳୀକୁ ଆସିଥିବା ପର୍ଯ୍ୟଟକଙ୍କୁ ନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ। ମାତ୍ର, ଜିଲ୍ଲାରେ ଆହୁରି ଅନେକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ରହିଛି, ସେଠାକୁ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ଏ ସଂଖ୍ୟା ପର୍ଯ୍ୟଟନ ବିଭାଗ ପାଖରେ ନାହିଁ।
କରୋନା ମହାମାରୀ ଯୋଗୁଁ କ୍ଷତିଗ୍ରସ୍ତ କନ୍ଧମାଳ ପର୍ଯ୍ୟଟନ ଶିଳ୍ପ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ