Headlines Odisha Tv

An Odia News Portal

କରୋନା ମହାମାରୀ କମାଇଲା ଜୀବନର ଦୁଇ ବର୍ଷ, UNFPAର ରିପୋର୍ଟ

ନୂଆଦିଲ୍ଳୀ, ୧୯/୧୧: କରୋନା ମହାମାରୀର ପ୍ରଭାବରୁ ଧୀରେ-ଧୀରେ ହ୍ରାସ ପାଉଛି। କିନ୍ତୁ ଏହାର କିଛି ପ୍ରଭାବ ଅଧିକ ସମୟ ପର୍ଯ୍ୟନ୍ତ ରହିବ। ଏହାରି ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷ (ୟୁଏନଏଫପିଏ) ଏକ ରିପୋର୍ଟରେ କହିଛି ଯେ କରୋନା ମହାମାରୀ କାରଣରୁ ୨୦୨୦-୨୧ ରେ ଦୁନିଆରେ ଲୋକଙ୍କ ବୟସ ୧.୭ ବର୍ଷ କମ୍ ହୋଇଛି। ଗରିବ ଏବଂ ବିକାଶଶୀଳ ଦେଶରେ ଏହା ଅଧିକ ରହିଛି। ନିକଟରେ ଜାରି ହୋଇଥିବା ରିପୋର୍ଟ କୁହାଯାଇଛି ଯେ ଜାନୁଆରୀ ୨୦୨୦ ରୁ ଡିସେମ୍ବର ୨୦୨୧ ମଧ୍ୟରେ କରୋନା ମହାମାରୀ ଯୋଗୁଁ ଦୁନିଆରେ ୧.୪୯ କୋଟି ଅତିରିକ୍ତ ମୃତ୍ୟୁ ହୋଇଛି। ଯାହା ସାମାନ୍ୟ ମୃତ୍ୟୁ ତୁଳନାରେ ତିନିଗୁଣା ଅଧିକ। ଏହାର ପ୍ରଭାବ ଯୋଗୁଁ ୨୦୨୦-୨୧ ଲୋକଙ୍କ ହାରାହାରି ବୟସ ୧.୭ ବର୍ଷ କମ୍ ହୋଇଛି। ରିପୋର୍ଟ ଅନୁଯାୟୀ, ଦୁନିଆରେ ୨୦୨୦-୨୧ ରେ ହାରାହାରି ଆୟୁ ହ୍ରାସ ପାଇ ୭୧ ବର୍ଷ ହୋଇଛି। ଯେତେବେଳେକି ୨୦୧୯ ରେ ୭୨.୭ ଅନୁମାନ କରାଯାଇଥିଲା। ମହାମାରୀ ପ୍ରଭାବ ଗରିବ ଏବଂ ବିକାଶଶୀଳ ଦେଶ ଉପରେ ଅଧିକ ପଡ଼ିଛି। ରିପୋର୍ଟରେ କୁହାଯାଇଛି ଉପରୋକ୍ତ ଅବଧି ସମୟରେ ୨୦୧୯ରେ ଦକ୍ଷିଣ ଆଫ୍ରିକୀୟ ଦେଶରେ ହାରାହାରି ବୟସ ୬୫.୫ ବର୍ଷ ଆଶଙ୍କା କରାଯାଇଥିଲା। କିନ୍ତୁ କରୋନା କାଳରେ ୨୦୨୧ ରେ ଏହା ୬୧.୮ ବର୍ଷ ରହିଥିଲା। ଏସୀୟ ଦେଶ ଖାସ୍‌କରି ମଧ୍ୟ ଏବଂ ଦକ୍ଷିଣ ଏସିଆରେ ଏଥିରେ ୨.୩ ବର୍ଷ କମ୍ ହୋଇଛି। ଯେତେବେଳେକି ଲାଟିନ୍ ଆମେରିକା ଏବଂ କାରିବିଆନ ଦେଶରେ ଏହା ୧.୫ ବର୍ଷ ରହିଛି। ସବୁଠୁ ଖରାପ ସ୍ଥିତି ବୋତ୍ସବାନା, ଲେବନାନ, ଋଷିଆନ ଫେଡରେସନ, ମେକ୍ସିକୋ, ବୋଲିଭିଆରେ ରହିଛି। ଯେଉଁଠାରେ ହାରାହାରି ବୟସରେ ଚାରି ବର୍ଷର ହ୍ରାସ ରେକର୍ଡ ହୋଇଛି।