Headlines Odisha Tv

An Odia News Portal

କମ୍‌ ଦିନ ଭିତରେ କୋଭିଡ-୧୯ର ୩ୟ ଲହର ଶୀର୍ଷକୁ ଛୁଇଁବ?

ନୂଆଦିଲ୍ଲୀ, ଜାନୁଆରୀ ୧୫ : କରୋନା ଭାଇରସ୍‌ ମାମଲା ପୁଣି ଥରେ ବଢ଼ିଛି। ଦେଶରେ ଏବେ କରୋନାର ୩ୟ ଲହର ମାଡ଼ିଚାଲିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୬୪ ହଜାର ୨୦୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି।ଗୁରୁବାର ତୁଳନାରେ ଏହା ୬.୭ ପ୍ରତିଶତ ଅଧିକ। ଭାରତରେ ଏବେ ସଂକ୍ରମଣ ଦର ୧୪.୭୮ ପ୍ରତିଶତ ହୋଇଛି। ବର୍ତ୍ତମାନ ଦେଶରେ ନୂଆ ଭାରିଆଣ୍ଟ ଅର୍ଥାତ ଓମିକ୍ରନ୍‌ର ୫୭୫୩ ରହିଛି। ଏମିତିରେ ବି କରୋନାର ୩ୟ ଲହର କାରଣରୁ ଦୈନିକ ସଂକ୍ରମଣ ବଢ଼ିଚାଲିଛି। କିଛି ଛୋଟ-ବଡ଼ ସହରରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀର ଜିଟିବି ହସ୍ପିଟାଲର ନିର୍ଦ୍ଦେଶକ ସୁଭାଷ ଗିରୀଙ୍କ କହିବା ଅନୁସାରେ ପଜିଟିଭିଟି ଦର ଦ୍ବାରା ସଂକ୍ରମିତ ଲୋକଙ୍କର ସଂଖ୍ୟା ଲଗାତାର ବଢ଼ିବ। କିନ୍ତୁ ଏହି ଦର ଅନେକ କାରଣ ଉପରେ ନିର୍ଭର କରୁଛି। ଅର୍ଥାତ ଆପଣ କେତେ ପରୀକ୍ଷଶ କରିଛନ୍ତି। ଅନ୍ୟପଟରେ ଆପଣଙ୍କର ପଜିଟିଭ ନମୁନା କେତେ ଗୁରୁତର ଥିଲା। ଡାକ୍ତର ଗିରୀ କହିଛନ୍ତି ଯେ, ପଜିଟିଭିଟି ଯେମିତ ବଢ଼ିଚାଲିବ। ସେହିଭଳି କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବ। ସେ କହିଛନ୍ତି, ଜାନୁଆରୀ ଅଥବା ଫେବୃଆରୀ ପ୍ରଥମ ସପ୍ତାହରେ କରୋନା ଶୀର୍ଷକୁ ଛୁଇଁପାରେ। ମାର୍ଚ୍ଚ ମାସରେ କରୋନା ହ୍ରାସ ପାଇବ। କିନ୍ତୁ ଏହି ପିକ୍‌ ସମୟରେ ବହୁ ଲୋକ ସଂକ୍ରମିତ ହେବାର ଆଶଙ୍କା ରହୁଛି। ମାକ୍ସ ସୁପର ସ୍ପେଶାଲିଟି ହସ୍‌ପିଟାଲର ନିର୍ଦ୍ଦେଶକ ଡାକ୍ତର ବିବେକ ନାଙ୍ଗିୟା କହିଛନ୍ତି ଯେ, ତୃତୀୟ ଲହର ଶୀର୍ଷକୁ ଛୁଇଁବା ବଡ଼ ବିପଦ ହୋଇପାରେ। ଅର୍ଥାତ ଏହା ହେଲେ ହସ୍‌ପିଟାଲରେ ରୋଗୀଙ୍କ ଭିଡ ବଢ଼ିବ। ଯେଉଁମାନେ ବହୁରୋଗରେ ପୀଡିତ, ସେମାନଙ୍କୁ ଏହି କରୋନା ହେଉଛି। ତେଣୁ ନିଜକୁ ଅବହେଳା ନକଲେ ଭଲ ବୋଲି ସେ ପରାମର୍ଶ ଦିଅନ୍ତି।