ଭୁବନେଶ୍ୱର: ଦେଶରେ ଦ୍ରୁତଗତିରେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ହେଲେ ଭୁବନେଶ୍ୱରରେ ଗ୍ରାହକଙ୍କୁ ଆଜି ଟିବେ ଆଶ୍ୱସ୍ତି ମିଳିଛି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦାମ୍ରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତକାଲି ତୁଳନାରେ ୨୮ ପଇସା କମ୍ ହୋଇଛି ପେଟ୍ରୋଲ ଦାମ୍। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୧୨ ଟଙ୍କା ୫୦ ପଇସା ଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧୦୨ ଟଙ୍କା ୨୪ ପଇସା ହୋଇଛି। ପେଟ୍ରୋଲ ମୂଲ୍ୟ ଗତକାଲିର ମୂଲ୍ୟଠାରୁ ୧୬ ପଇସା କମିଥିବାବେଳେ ଡିଜେଲ୍ ମୂଲ୍ୟ ୨୮ ପଇସା କମିଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୪୧ ପଇସା ଓ ଡିଜେଲ ଦର ୯୬ ଟଙ୍କା ୬୭ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୨୦ ଟଙ୍କା ୫୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୧୦୪ ଟଙ୍କା ୭୭ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୧୫ ଟଙ୍କା ୧୨ ପଇସା ଥିବାବେଳେ ଡିଜେଲ ଦର ୯୯ ଟଙ୍କା ୮୩ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୧୦ ଟଙ୍କା ୮୫ ପଇସା ଥିବା ବେଳେ ଡିଜେଲ ଦାମ ୧୦୦ ଟଙ୍କା ୯୪ ପଇସା ରହିଛି। ସେହିପରି ହାଇଦ୍ରାବାଦରେ ଡିଜେଲ୍ ଦର ରହିଛି ୧୦୫ ଟଙ୍କା ୪୯ ପଇସା ଓ ପେଟ୍ରୋଲ ଦର ରହିଛି ୧୧୯ ଟଙ୍କା ୪୯ ପଇସା। ଲକ୍ଷ୍ନୌରେ ସବୁଠାରୁ କମ୍ ୧୦୫ ଟଙ୍କା ୩୩ ପଇସା ରହିଛି ପେଟ୍ରୋଲ ଦାମ୍।
କମିଲା ପେଟ୍ରୋଲ ଓ ଡିଜେଲ ଦାମ୍

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ