Headlines Odisha Tv

An Odia News Portal

କଟ୍‌ନି ଛଟ୍‌ନି ସମସ୍ୟା ନେଇ ଚାଷୀ ଅସନ୍ତୋଷ

ସମ୍ବଲପୁର: ଯାହା ଆଶଙ୍କା କରାଯାଉଥିଲା, ସେଇଆ ହୋଇଛି।‌ ଏଥର ବି ଧାନ ଉଠାଣକୁ ନେଇ ଉପୁଜିଲାଣି ସମସ୍ୟା। ଗୋଟିଏପଟେ ବିଳମ୍ବରେ କୁଚିଣ୍ଡା ଉପଖଣ୍ଡରେ ମଣ୍ଡି ଖୋଲିଥିବାବେଳେ ଅନ୍ୟପଟେ କଟ୍‌ନି ଛଟ୍‌ନି ଜିଦ୍‌ରେ ମିଲର୍ସ ଧାନ ଉଠାଉନାହାନ୍ତି। ଆଉ ଏହି ବ୍ୟବସ୍ଥା ମଧ୍ୟରେ ଛନ୍ଦି ହୋଇ ଚିନ୍ତାରେ ଚାଷୀ। ମଣ୍ଡି ଖୋଲିବା ଦିନଠାରୁ କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଧାନ ପଡ଼ି ରହିଛି। ଏଭଳି ସ୍ଥିତିରେ ହାତୀ ଉପଦ୍ରବ ଓ ଚୋରି ଭୟ ମଧ୍ୟ ଘାରିଛି। ଶୀତ କାକରରେ ମଣ୍ଡିରେ ଧାନ ଜଗିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ସୂଚନା ଅନୁସାରେ, କୁଚିଣ୍ଡା ଉପଖଣ୍ଡର ଗୋବିନ୍ଦପୁର କ୍ରୟକେନ୍ଦ୍ରରେ ୪୯୫ ବସ୍ତା, ବାଉଁଶଲଗାରେ ୭୪୭ ବସ୍ତା, କୁଟାରିମାଲରେ ୧୧୯୯ ବସ୍ତା, ‌ଗଡ଼ପୋଷରେ ୩୬୦ ବସ୍ତା, ଜମନକିରା ମଣ୍ଡିରେ ୪୨୮୪ ବସ୍ତା, ଭୋଜପୁରରେ ୮୮୮୭ ବସ୍ତା, ଡିମିରିମୁଣ୍ଡାରେ ୧୮୦୨ ବସ୍ତା, ଟିକିଲିପଡ଼ାରେ ୯୬୭ ବସ୍ତା , ସିରିଡରେ ୧୪୫୦ ବସ୍ତା, ବଡ଼ମାଳରେ ୬୫୦ ବସ୍ତା, ଗୁଣ୍ଡରୁଚୁଆଁରେ ୨୯୫ ବସ୍ତା, କେନାଢ଼ିପାରେ ୩୯୦୩ ବସ୍ତା, ମହଦାରେ ୧୯୬୭ ବସ୍ତା, ବାଉରି‌ଗୁଡ଼ାରେ ୩୨୧ ବସ୍ତା, ପିଣ୍ଡାପଥରରେ ୩୬୫ ବସ୍ତା, ଧୁଡ଼ିଆପାଲିରେ ୩୪୪୦ ବସ୍ତା, ଏଭଳି ୩୧, ୨୮୮ ବସ୍ତ ଧାନ ଗତକାଲି ସୁଦ୍ଧା ଆସିଥିଲା। ଆଜି ପୁଣି ଅନ୍ୟ କେତେକ ମଣ୍ଡିକୁ ଧାନ ଆସିଛି। ତାହା ଉଠିପାରି ନାହିଁ। ପ୍ରଶାସନର ଅବହେଳା ଯୋଗୁ ମିଲ୍‌ ମାଲିକଙ୍କ ମନମୁଖି ଚାଲିଛି ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି।

You may have missed

1 min read
1 min read