କଟକ, ସେପ୍ଟେମ୍ବର 23 : କରୋନା ରୋଗରେ ଉନ୍ନତ ଚିକିତ୍ସା ପାଇଁ ଚଳିତ ବର୍ଷ ଅଗଷ୍ଟ ୨୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସ୍ସିବିରେ ୯ଟି ଇକ୍ମୋ ମେସିନ୍ ଉଦ୍ଘାଟନ କରିଥିବା ବେଳେ ବର୍ତ୍ତମାନ ରୋଗୀଙ୍କ ମୃତ୍ୟୁ ଘଟୁଥିବା ସୁଚନା ମିଳୁଛି ।
ପୁର୍ବରୁ ୩ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ପ୍ରଥମ ଇକ୍ମୋ ରୋଗୀ ଭାବେ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଯାହାଫଳରେ ଏସ୍ସିବିରେରେ ଇକ୍ମୋ ୟୁନିଟ ଖାଲି ହୋଇଯାଇଛି। ଆଉ କେହି ରୋଗୀ ନଥିବା ସୁଚନା ମିଳିଛି ।
ପୂର୍ବରୁ ବଲାଙ୍ଗିର, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରର ଜଣେ ରୋଗୀଙ୍କ ଇକ୍ମୋ ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ବାରମ୍ବାର ଏପରି ଘଟୁଥିବା ବେଳେ ଚିକିତ୍ସାରେ ଅବହେଳା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା