କଟକ, ଅଗଷ୍ଟ 23 : ୨୦୧୩ ମସିହା ନଭେମ୍ବର ୧୨ ତାରିଖରେ ଓମ୍ ଓ ଦୀପୁଙ୍କୁ ଅପହରଣ , ହତ୍ୟା ଓ ପରେ ଶବକୁ ପୋଡ଼ିଦେଇଥିବା ଘଟଣାରେ ଫେରାର୍ ହୋଇଯାଇଥିବା ଅନ୍ୟ ଜଣେ ସହଯୋଗୀ ଗିରଫ ହୋଇଛନ୍ତି । ସେ ହେଉଛି ଦିଲୁ ଓରଫ ପ୍ରଦୀପ କୁମାର ସାହୁ।ଦିଲୁ ପାଖରୁ ଗିରଫ ସମୟରେ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଏବଂ ୩ ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଡ଼ି-ବଦର୍ସଙ୍କ ସହ ତାଙ୍କର ସମ୍ପର୍କ ଥିବା ଜଣାପଡ଼ିଛି । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ତତ୍ୱବଧାନରେ ଏହି ସଫଳତା ମିଳିଛି ଏନେଇ ସେ ପ୍ରେସମିଟ୍ କରି ସୁଚନା ଦେଇଛନ୍ତି । ଏହି ଜଘନ୍ୟ କାଣ୍ଡ ଘଟିଥିଲା ୨୦୧୩ ମସିହା ନଭେମ୍ବର ୧୨ ତାରିଖରେ । ଓମ୍ ଓ ଦୀପୁଙ୍କୁ ଅପହରଣ କରିବା ପରେ ଝାଡଖଣ୍ଡର ଏକ ପୋଲ ନିକଟରୁ ଉଭୟଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରାଯାଇଥିଲା । ଏହି ଘଟଣାରେ ପୋଲିସ୍ ୭ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୭ ଜଣ ଫେରାର୍ ଥିଲେ ହେଲେ ବତ୍ତମାନ ଆଉ ଜଣେ ଧରାପଡ଼ିଥିବା ସୁଚନା ମିଳିଛି ।
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l