Headlines Odisha Tv

An Odia News Portal

ଓକିଲ ଆନ୍ଦୋଳନ; ଆଜି ଭିସିରେ ହାଜର ହେବେ ଡିଜିପି ଓ ଉତ୍ତରାଞ୍ଚଳ ଆଇଜି

ଭୁବନେଶ୍ୱର :ସମ୍ବଲପୁର ଓକିଲ ଆନ୍ଦୋଳନକୁ ନେଇ ଆଜ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଡିଜିପି ଓ ଉତ୍ତରାଞ୍ଚଳ ଆଇଜି ଭିଡିଓ କନ୍‌ଫରେନ୍ସିରେ ଅଦାଲତରେ ହାଜର ହେବେ। ଅନ୍ୟପକ୍ଷରେ ଓକିଲମାନେ ସେମାନଙ୍କ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି। କିଛି ଓକିଲଙ୍କୁ ଗିରଫ କରାଯିବା ସହିତ ଆଉ କେତେକ ଓକିଲଙ୍କ ଲାଇସେନ୍ସ ସସ୍‌ପେଣ୍ଡ କରାଯିବା ପରେ ନରମିଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି।  ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଆନ୍ଦୋଳନ ସ୍ଥଗିତ ରଖାଯାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି। କୋର୍ଟଙ୍କ ଉପରେ ଆସ୍ଥା ଅଛି। ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କମିଟି ଆଶାବାଦୀ ଅଛି। ଏନେଇ କେନ୍ଦ୍ର, ରାଜ୍ୟ ସରକାର ଓ ହାଇକୋର୍ଟ ଉପରେ ଭରସା ରହିଥିବା ସମ୍ବଲପୁର କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ କହିଛନ୍ତି।କୋର୍ଟରେ ଗଣ୍ଡଗୋଳକୁ ନେଇ ବାର୍ କାଉନସିଲ୍  ଅଫ୍ ଇଣ୍ଡିଆ ମୋଟ ୪୩ ଜଣ ଓକିଲଙ୍କ ଲାଇସେନ୍ସ ସସ୍‌ପେଣ୍ଡ କରିଛି। ୧୮ ମାସ ପର୍ଯ୍ୟନ୍ତ ଏମାନେ ଓକିଲାତି କରିପାରିବେ ନାହିଁ। ୧୬ ଜଣ ଓକିଲଙ୍କୁ ଗିରଫ ମଧ୍ୟ କରିଛି ପୁଲିସ।  ସେମାନେ ଏବେ ହାଜତରେ ଅଛନ୍ତି।