ଭୁବନେଶ୍ବର : ରାଜନୈତିକ ମହଲରେ ଯାହା ଆକଳନ କରାଯାଉଥିଲା ତାହା ହିଁ ହେଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଖୋଲା ସମର୍ଥନ ଘୋଷଣା କରିଛନ୍ତି। କେବଳ ନିଜ ଦଳର ସମର୍ଥନ ଦେଇନାହାନ୍ତି, ବରଂ ଓଡ଼ିଶା ବିଧାନସଭାରେ ସବୁ ଦଳର ସଭ୍ୟମାନେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟକୁ ଯିବା ପାଇଁ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଛନ୍ତି। ଇଟାଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ଟ୍ବିଟ୍ କରି ଏହି ନିବେଦନ କରିଛନ୍ତି। ଗତକାଲି ନବୀନଙ୍କ ଟ୍ବିଟ୍ରୁ ବିଜେଡିର ସମର୍ଥନର ସ୍ପଷ୍ଟ ସଙ୍କେତ ମିଳିଥିଲା। ଏନ୍ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଗଲା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତୁରନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାବାସୀଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଥିଲେ। ଆଉ ପାଦେ ଆଗେଇ ଯାଇ ଏକଥା ବି ପରୋକ୍ଷରେ ଜଣାଇ ଦେଇଥିଲେ ଯେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ବିଜେଡିର ସମର୍ଥନ ମିଳିବା ସ୍ପଷ୍ଟ ହୋଇଯାଇଥିବାରୁ ଆଉ ଶ୍ରୀମତୀ ମୁର୍ମୁଙ୍କୁ ରାଇସିନା ହିଲ୍ରେ ପହଞ୍ଚିବା ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ।
ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲେ ନବୀନ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ