ସମ୍ବଲପୁର ,ଡିସେମ୍ବର 28 : ଏଣିକି ଲାଗୁ ହେବ ନୁଆ ନିୟମ । ସ୍କୁଲର ଶ୍ରେଣୀ ଗୃହରେ ପାଠ ପଢାଇବା ସମୟରେ ହାତ ରେ ମୋବାଇଲ୍ ଧରିପାରିବେ ନାହିଁ କି ନେଇକି ମଧ୍ୟ ଯାଇପାରିବେ ନାହିଁ ଶିକ୍ଷକ ଓ ଶିକ୍ଷୟିତ୍ରୀ ।ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ । କେବଳ ଏତିକି ନୁହେଁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ ମଧ୍ୟ ଆଦେଶ ଜାରୀ ହୋଇଛି । ଶିକ୍ଷା ଅଧିକାରୀଙ୍କ କହିବା ମୁତାବକ ସ୍କୁଲ ହେଉଛି ପିଲାଙ୍କ ପାଠପଢାର ମୂଳଦୁଆ । ଯେଉଁ ଠାରେ ପିଲା ମାନେ ପାଠପଢି ଭବିଷ୍ୟତ ଗଢିଥାନ୍ତି ।ତେଣୁ ତାଙ୍କ ପାଠପଢା ସମୟରେ କୌଣସି ଅସୁବିଧା ନ ଉପୁଜିବା ଦରକାର । ଯଦି କ୍ଲାସକୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମୋବାଇଲ ଫୋନ୍ ନିଅନ୍ତି, ତେବେ ଏହି ସମୟରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇପାରେ । ଫୋନ୍ ରିଂ ହେଲେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ପ୍ରଭାବିତ ହୋଇପାରେ । ଏସବୁକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଏଣିକି ଲାଗୁ ହେବ ନୁଆ ନିୟମ,କ୍ଲାସରୁମକୁ ମୋବାଇଲ୍ ନେଇପାରିବେନି ଶିକ୍ଷକ ଓ ଶିକ୍ଷୟିତ୍ରୀ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ