ରୋମ୍ ୨୬/୦୯: ଇଟାଲୀରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ରବିବାର ମତଦାନ ଶେଷ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ଚାଲିଥିଲା । ତେବେ ଏଥର ୭୦% ରୁ କମ୍ ମତଦାନ ହୋଇଥିବା ଜଣାପଡ଼ିଛି । ବ୍ରଦର୍ସ ଅଫ୍ ଇଟାଲୀ ପାର୍ଟିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ୪୫ ବର୍ଷୀୟା ଜର୍ଜିଆ ମେଲୋନିଙ୍କ ପଲା ଭାରୀ ଥିବା ଏକ୍ଜିଟ୍ ପୋଲ୍ରୁ ଜଣାପଡ଼ିଛି । ବହୁମତ ସହ ସେ ନିର୍ବାଚନ ଜିତିବା ନେଇ ଅନେକ ସଂସ୍ଥା ଆକଳନ କରିଛନ୍ତି । ତେବେ ଅନ୍ୟ ଦୁଇଟି ଦଳ ସହ ସେ ମେଣ୍ଟ ସରକାର ଗଢ଼ିବେ ବୋଲି ଆଶା କରାଯାଉଛି। ଟେନିଓ କନ୍ସଲ୍ଟାନ୍ସିର ୱଲ୍ଫାଙ୍ଗୋ ପିକୋଲି କହିଛନ୍ତି, ମେଲୋନି ପ୍ରଧାନମନ୍ତ୍ରୀ ହେବା ନେଇ ଅଧିକାଂଶ ଭୋଟର୍ ଆଶା ରଖିଛନ୍ତି । ଏକଚ୍ଛତ୍ରବାଦୀ ନେତା ବେନିତୋ ମୁସୋଲିନିଙ୍କ ସମର୍ଥକ ମେଲିନୋ ନିର୍ବାଚନରେ ଜୋରଦାର ପ୍ରଚାର କରିଥିଲେ। ପୂର୍ବରୁ ତାଙ୍କ ଦଳ କ୍ଷମତାକୁ ଆସି ନ ଥିଲେ ହେଁ ନିର୍ବାଚନ ଜିତିଲେ ଉନ୍ନତ ସରକାର ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ମାରିଓ ଦ୍ରାଘିଙ୍କ ସ୍ଥାନରେ ସେ ଦାୟିତ୍ୱ ନେବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ସେ ହେବେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ।
ଏକ୍ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ