ରୁଷ: ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଋଷ ତେଲ ଡିପୋ ଉପରେ ୟୁକ୍ରେନ ଆକ୍ରମଣ କରିଥିବା ନେଇ ଋଷର ଦାବିକୁ ପ୍ରତ୍ୟାଖାନ କରିଛି ୟୁୟ୍ରେନ । ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଶୁକ୍ରବାର ଭୋର ୫ଟା ସମୟରେ ଦୁଇଟି ୟୁକ୍ରେନ ହେଲିକ୍ୟାପ୍ଟର ୟୁନ୍ରେନ ସୀମାରୁ ୩୫ କିମି ଦୂରରେ ଥିବା ବେଲଗୋରୋଡ ସହରରେ ପଶି ଆକ୍ରମଣ କରଥିଲେ । କିନ୍ତୁ ୟକ୍ରେନର ସୁରକ୍ଷା ପରିଷଦ ସଚିବ କହିଛନ୍ତି, ଋଷ କିଛି କାରଣ ପାଇଁ ଆମେ ଆକ୍ରମଣ କରିଛୁ ବୋଲି କହୁଛି, କିନ୍ତୁ ବାସ୍ତବରେ ୟୁକ୍ରେନ ସେପରି କରି ନାହିଁ ବୋଲି ସେ କହିଛନ୍ତି । ଯୁଦ୍ଧର ୩୮ ଦିନରେ ୟୁକ୍ରେନର ଏପରି ଜବାବି ହମଲା ସମସ୍ତଙ୍କୁ ସ୍ୱବ୍ଧ କରିଛି । ଏପଟେ ରୁଷ ଦାବି କରୁଛି ୟୁକ୍ରେନର ସେନା କ୍ୟାମ୍ପ ଧ୍ୱଂସ ହେବା ସହିତ ଅନେକ ୟୁକ୍ରେନ ସେନା ପ୍ରାଣ ହରାଇଛନ୍ତି । ଏପଟେ ଆମେରିକା ମିଲିଟାରୀ ବାଲାଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷାକୁ ବାତିଲ କରି ଦେଇଛି । ଯୁଦ୍ଧ ଭିତରେ ମାରିଓପୋଲ ସହରରୁ ୩ ହଜାର ୭ ଶହ ଲୋକଙ୍କୁ ଉଦ୍ଧାର କରାଯାଇଛି ।
ଋଷ ତେଲ ଡିପୋରେ ୟୁକ୍ରେନର ଆକ୍ରମଣ ନେଇ ୠଷର ଦାବିକୁ ପ୍ରତ୍ୟାଖାନ କଲା ୟୁକ୍ରେନ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ