Headlines Odisha Tv

An Odia News Portal

ଉପମୁଖ୍ୟମନ୍ତ୍ରୀଙ୍କ ପିଏ କହୁଛି..

ପୁଣେ, ଜାନୁଆରୀ ୧୫ : ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପିଏ କହୁଛି। ୨୦ ଲକ୍ଷ ଟଙ୍କା ପଠାଅ। ଏମିତି ଧମକପୂର୍ଣ୍ଣ ଫୋନ୍‌ କଲ ମହାରାଷ୍ଟ୍ରର ପୁଣେର ଜଣେ ବେପାରୀଙ୍କ ପାଖକୁ ଆସିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଫୋନ୍‌ କଲ ପାଇଁ ଅଜିତ ପାୱାରଙ୍କ ମୋବାଇଲକୁ ବ୍ୟବହାର କରାଯାଇଛି। ରିପୋର୍ଟ ଅନୁସାରେ ପୁଣେର ଗୋଏଲ ଗଙ୍ଗା ଗୃପର ମାଲିକଙ୍କୁ ଗତ ୧୩ ତାରିଖରେ ଏହି ଫୋନ୍‌ ଆସିଥିଲା। ଅଭିଯୁକ୍ତମାନେ ଅଜିତ ପାୱାରଙ୍କ ମୋବାଇଲ ନମ୍ବରରୁ ସ୍ପୁଫ କଲ କରିଥିଲେ। ଗୋଏଲ ଗଂଗା ଗୃପର ମାଲିକ ୨୦ ଲକ୍ଷ ଟଙ୍କା ବଟି ମାଗିବା ନେଇ ବଣ୍ଡଗାର୍ଡେନ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ୬ ଜଣଙ୍କ ନାଁରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୨ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଘଟଣାର ସହିତ କାହାର ବଡ଼ ଭୂମିକା ରହିଛି, ସେନେଇ ପୁଲିସ ତଦନ୍ତ କରୁଛି। ପୋଲିସ କହିଛି ଯେ, ଅଭିଯୁକ୍ତମାନେ ପ୍ଲେ ଷ୍ଟୋରରୁ ମିଛ କଲ ଆପ୍‌ ଡାଉନ୍‌ଲୋଡ କରିଥିଲେ। ଏଥିରେ ସେମାନେ ଅଜିତ ପାୱାରଙ୍କ ମୋବାଇଲ ନମ୍ବର ବ୍ୟବହାର କରିଥିଲେ। ଅଜିତ ପାୱାରଙ୍କ ନାଁ ଦେଖି ବ୍ୟବସାୟୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ବ୍ୟବସାୟୀଙ୍କ ସନ୍ଦେହ ହେବାରୁ ସେ ଥାନାରେ ଅଭିଯୋଗ କରିଥିଲେ।