ନୂଆଦିଲ୍ଲୀ, ଜାନୁଆରୀ ୨୭ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ପାରା ଉପରକୁ ଉଠିଛି। ରାଜ୍ୟରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ଆଗାମୀ ନିର୍ବାଚନ ବୈତରଣୀ ପାର ହେବା ପାଇଁ ରଣନୀତି କରିଥିବା ବେଳେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ସରକାର ଗଢ଼ିବାକୁ ବଳ କଷୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଉତ୍ତରପ୍ରଦେଶ ଗସ୍ତ କରୁଛନ୍ତି। ଏହି ଗସ୍ତ କାଳରେ ଶାହ ମଥୁରା ଓ ବୃନ୍ଦାବନରେ ରହିବେ। ଏହା ପୂର୍ବରୁ ଶାହ ବୁଧବାର ଜାଟ୍ ନେତାଙ୍କୁ ଭେଟିଥିଲେ। ଶ୍ରୀ ଶାହ ବୁଧବାର ରାଷ୍ଟ୍ରୀୟ ଲୋକ ଦଳ (ଆରଏଲ୍ଡି)ର ଅଧ୍ୟକ୍ଷ ଜୟନ୍ତ ଚୌଧୁରୀଙକୁ ସାଥୀରେ ରହିବା ପାଇଁ ଆମନ୍ତ୍ରଣ କରିଛନ୍ତି। ୨୦୧୪ ଲୋକସଭା ନିର୍ବାଚନ ହେଉ କି ୨୦୧୭ ବିଧାନସଭା ନିର୍ବାଚନ ହେଉ, ପଶ୍ଚିମ ଉତ୍ତର ପ୍ରଦେଶରେ ବିଜେପିକୁ ପ୍ରବଳ ଭୋଟ ମିଳିଥିଲା। ତେଣୁ ଚଳିତ ବିଧାନସଭାରେ ମଧ୍ୟ ବିଜେପିକୁ ଭଲ ଭୋଟ ମିଳିବ ବୋଲି କୁହାଯାଉଛି। ଏହି ଅଞ୍ଚଳରେ ଜାଟ୍ ଭୋଟ ଉପରେ ପ୍ରାର୍ଥୀର ଭାଗ୍ୟ ନିର୍ଦ୍ଧାରଣ କରୁଛି। ନିକଟରେ ଏକ ସଂସ୍ଥା ଦ୍ବାରା ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶରେ ବିଜେପି ସରକାର ଗଢ଼ିବ।
ଉତ୍ତରପ୍ରଦେଶ ନିର୍ବାଚନ: ଆଜି ମଥୁରା ଓ ବୃନ୍ଦାବନ ଗସ୍ତରେ ରହିବେ ଅମିତ ଶାହ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ