ବଲାଙ୍ଗୀର ,ନଭେମ୍ବର 18 : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ମୁଖ୍ୟ କିରାଣୀ । ଏପରି ଘଟଣା ଘଟିଛି ସୋନପୁର ଜିଲ୍ଲାରେ । ଯାହାଫଳରେ ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ମୁଖ୍ୟ କିରାଣୀ ରମେଶ ପ୍ରସାଦ ନାଗଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ରେଡ଼୍ କରିଛି । ଭିଜିଲାନ୍ସର ୩ଟି ଟିମ୍ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି । ସେହି ସବୁ ସ୍ଥାନ ଗୁଡ଼ିକ ହେଉଛି ସୋନପୁରରେ ଥିବା ତାଙ୍କ ଅଫିସ,ବଲାଙ୍ଗୀର ଶାନ୍ତିପଡା,ତାଲପାଲିପଡରେ ଥିବା ଘର । ବତ୍ତମାନ ସୁଦ୍ଧା ବିଭିନ୍ନ ମୁଲ୍ୟବାନ କାଗଜପତ୍ର ମିଳିଥିବା ସୁଚନା ମିଳିଛି ଏବଂ କିଛି ସୁନା ଗହଣା ମଧ୍ୟ ଜବତ ହୋଇଛି । ଶାନ୍ତିପଡାରେ ତାଙ୍କ ୩ ମହଲା କୋଠା ମଧ୍ୟ ରହିଛି । ତେବେ ଏହି ଚଢାଉ ବେଳେ ରମେଶ ସଫେଇ ଦେଇଛନ୍ତି ଯେ “ମୁଁ କୌଣସି ଠକେଇ ମାମଲାରେ ଲିପ୍ତ ନାହିଁ ଏହି ସବୁ ସମ୍ପତ୍ତି ଆମ ୪ ଭାଇଙ୍କ ନାଁରେ ଅଛି” । ହେଲେ ସେପଟେ ଭିଜିଲାନ୍ସ ଟିମ୍ ହାତରେ କିଛି ତଥ୍ୟ ଲାଗିଥିବାରୁ ଅଧିକ ଖୋଳତାଡ଼ ଚାଲିଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ