ଭୁବନେଶ୍ୱର, ଅଗଷ୍ଟ ୨୧ : ଅଗଷ୍ଟ ମାସ ଶେଷକୁ ଲଘୁଚାପ ହେବାର ସମ୍ଭାବନା ରହିଛି । ଆସନ୍ତା ୨୮ ତାରିଖରେ ଲଘୁଚାପ ହେବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ ୨୫ ତାରିଖ ପରେ ପାଗରେ ପରିବର୍ତ୍ତନ ହେବ । କିନ୍ତୁ ଆଗାମୀ ୫ ଦିନ ରାଜ୍ୟରେ ସେମିତି ଆଖିଦୃଶିଆ ବର୍ଷାର ସମ୍ଭାବନା ନାହିଁ । ଫଳରେ ସାମ୍ଭାବ୍ୟ ମରୁଡି ସ୍ଥିତି ଟଳିବାର ସମ୍ଭାବନା ନାହିଁ । ଅନ୍ୟପଟେ ଅଗଷ୍ଟ ମାସରେ ୨୮ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ରହିଛି । କୋରାପୁଟ ଓ ମାଲକାନଗିରିକୁ ଛାଡି ବାକି ସମସ୍ତ ଜିଲ୍ଲାରେ ବର୍ଷା କମିଛି । ୨୨୦ ବ୍ଲକରେ ଆବଶ୍ୟକୀୟ ବର୍ଷା ଅଭାବ ହେତୁ ରୁଆ ବେଉଷଣ ପ୍ରଭାବିତ ହୋଇଥିବା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି ।
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l