ନୂଆଦିଲ୍ଳୀ ୨୭।୦୪ : ଆମେରିକା ଉପରାଷ୍ଟ୍ରପତିଙ୍କୁ କରୋନା । ଦୁଇଟି ବୁଷ୍ଟର ଡୋଜ୍ ନେବା ପରେ ବି କରୋନାରେ ସଂକ୍ରମିତ ହୋଇଛନ୍ତି ଆମେରିକା ଉପରାଷ୍ଟ୍ରପତି କମ୍ଲା ହାରିସ । ରିପୋର୍ଟ ପଜିଟିଭ୍ ଆସିବା ପରେ ଉପରାଷ୍ଟ୍ରପତି କମଲା ହାରିସ ନିଜକୁ କ୍ୱାରେଣ୍ଟାଇନ୍ରେ ରଖିଛନ୍ତି । ଏହାସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବାକୁ ଅପିଲ ମଧ୍ୟ କରିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉପରାଷ୍ଟ୍ରପତିଙ୍କ ଠାର୍ କରୋନାର ହଲ୍କା ଲକ୍ଷଣ ଦେଖାଯାଇଥିଲା । ଏହାପରେ ତୁରନ୍ତ ତାଙ୍କର ରାପିଡ୍ ଓ ପିସିଆର୍ ଟେଷ୍ଟ କରାଯାଇଥିଲା । ଯେଉଁଥିରେ ସେ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା । ଉପରାଷ୍ଟ୍ରପତି କରୋନାରେ ସଂକ୍ରମିତ ହେବା ପରେ ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ତେବେ ଡାକ୍ତରଙ୍କ ମୁତାବିକ, କମଲା ହାରିସଙ୍କ ଠାରେ କରୋନାର କୌଣସି ଗମ୍ଭୀର ଲକ୍ଷଣ ନାହିଁ । କିନ୍ତୁ ତାଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । ଦୁଇଟି ବୁଷ୍ଟର ଡୋଜ୍ ନେବା ପରେ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି ଉପରାଷ୍ଟ୍ରପତି । ତେବେ ଯେଉଁମାନ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନଙ୍କୁ ତୁରନ୍ତ ପରୀକ୍ଷା କରିବାକୁ କହିଛନ୍ତି କମଲା ହାରିସ ।
ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ କରୋନା ସଂକ୍ରମିତ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ