ୱାଶିଂଟନ୍/ବ୍ରିଟେନ୍, ଜାନୁଆରୀ ୧୭ : ଉଭୟ ଆମେରିକା ଓ ଫ୍ୟାନ୍ସରେ କରୋନା ଭାଇରସ୍ ପୂର୍ବାପେକ୍ଷା ସାମାନ୍ୟ ହ୍ରାସ ପାଇଛି। ଆମେରିକାରେ ଗୋଟିଏ ଦିନରେ ୨ ଲକ୍ଷ ୭୯ ହଜାର ୩୯୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୧ ହଜାର ୫୫୫ ଜଣ ସୁସ୍ଥ ହୋଇଥିଲା ବେଳେ ୩୨୨ ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକାରେ ଏଯାଏଁ ୬ କୋଟି ୬୯ ଲକ୍ଷ ୪୩ ହଜାର ୬୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୩୦ ଲକ୍ଷ ୯୦ ହଜାର ୬୪୪ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୭୩ ହଜାର ୪୭୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ କୋଟି ୨୯ଲକ୍ଷ ୭୯ ହଜାର ୫୬୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୨୫ ହଜାର ୭୮୦ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ବ୍ରିଟେନ୍ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୭୦ ହଜାର ୯୨୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୯ ହଜାର ୮୦୭ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୯୮ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମଧ୍ୟ କରୋନାର ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨ ଲକ୍ଷ ୭୮ ହଜାର ୧୨୯ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଇଟାଲିରେ ୧ ଲକ୍ଷ ୪୯ ହଜାର ୫୧୨ ଓ ଆର୍ଜେଣ୍ଟିନାରେ ୬୫ ହଜାର ୨୪୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଆମେରିକାରେ ୨୪ ଘଣ୍ଟାରେ ୨.୭୯, ଫ୍ରାନ୍ସରେ ୨.୭୮ ଲକ୍ଷ ପଜିଟିଭ୍

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ