ୱାଶିଂଟନ, ସେପ୍ଟେମ୍ବର ୧୦ : ଆମେରିକାରେ ଲଗାତାର ୨ୟ ଦିନରେ କୋଭିଡ-୧୯ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି । ବୁଧବାର ୧ ଲକ୍ଷ ୪୫ ହଜାର ୮୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଗତକାଲି ଠାରୁ୧୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ୬୧ ହଜାର ୫୮୩ ଜଣ ସୁସ୍ଥ ଅଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୫୫ ହଜାର ୬୪୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୮୯୧ ଜଣଙ୍କର ମୃତ୍ୟୁ ହୋଇଛି ।
ଏହାରି ଭିତରେ ଆମେରିକାରେ କରୋନା ଭାଇରସଜନିତ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୧୫ ଲକ୍ଷ ୫୬ ହଜାର ୨୧କୁ ଛୁଇଁଥିବା ବେଳେ ସେଥିରୁ ୩ କୋଟି ୧୭ ଲକ୍ଷ ୨୯ ହଜାର ୯୦ ଜଣ ସୁସ୍ଥ ହୋଇଛନ୍ତି । କରୋନା ଯୋଗୁଁ ଆମେରିକାରେ ୬ ଲକ୍ଷ ୭୪ ହଜାର ୫୦୯ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଏବେବି ଦେଶରେ ୯୧ ଲକ୍ଷ ୫୨ ହଜାର ୪୨୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏଥିରୁ ୨୫ ହଜାର ୮୧୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୨ କୋଟି ୩୯ ଲକ୍ଷ ୮୦ ହଜାର ୧୮୮ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୬ ଲକ୍ଷ ୧୯ ହଜାର ୬୫୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨୦ କୋଟି ୫ ଲକ୍ଷ ୬୦ ହଜାର ୬୪୩ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୭ ଲକ୍ଷ ୯୯ ହଜାର ୮୯୨ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ଏକ ଲକ୍ଷ ୩ ହଜାର ୮୯୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା