ୱାଶିଂଟନ୍, ଅଗଷ୍ଟ ୦୬ : ଆମେରିକୀୟ ଜନତାଙ୍କ ପାଇଁ କରୋନା ଭାଇରସ ପୁଣି ଥରେ ଚିନ୍ତା ବଢ଼ାଇଛି । ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୧୬ ହଜାର ୮୭୯ ଜଣ ନୂଆ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୨୪ ହଜାର ୬୫୪ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ତେବେ ଦିନକୁ ଦିନ ଆମେରିକାରେ ଅଧିକ ସଂଖ୍ୟାରେ ପଜିଟିଭ ଚିହ୍ନଟ ହେଉଥିବା ବେଳେ କମ ସଂଖ୍ୟାରେ ସୁସ୍ଥ ହେଉଛନ୍ତି, ଯାହାକୁ ନେଇ ସରକାର ଏବଂ ପ୍ରଶାସନର ମୁଣ୍ଡ ବ୍ୟଥା ପାଲଟିଛି । କିନ୍ତୁ ଆଶ୍ୱସ୍ତିକର କଥା ହେଲା ଯେ, ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟାରେ ନିୟନ୍ତ୍ରଣ ଅଛି । ୨୪ ଘଣ୍ଟା ମଧ୍ୟରେ ୫୫୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଆମେରିକାରେ ଆଜି ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୬୨ ଲକ୍ଷ ୯୭ ହଜାର ୬୭୮କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୩୧ ହଜାର ୮୬୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୯୮ ଲକ୍ଷ ୧୧ ହଜାର ୯୭୦ ଲୋକ ସୁସ୍ଥ ହୋଇଥିବା ବେଳେ ୫୮ ଲକ୍ଷ ୫୩ ହଜାର ୮୪୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୨ ହଜାର ୮୦୪ ଜଣ ଗୁରୁତର ଅଛନ୍ତି ।
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l