Headlines Odisha Tv

An Odia News Portal

ଆମେଥିରେ ଭୟଙ୍କର ସଡକ ଦୁର୍ଘଟଣା, ଟ୍ରକ୍ -ବୋଲେରୋ ମୁହାଁମୁହିଁ ଧକ୍କାରେ ୬ ମୃତ

ଉତ୍ତରପ୍ରଦେଶ ୧୮/୦୪: ଉତ୍ତର ପ୍ରଦେଶର ଆମେଥିରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ୍ -ବୋଲେରୋ ମୁହାଁମୁହିଁ ଧକ୍କାରେ ୬ ଜଣଙ୍କ ଜୀବନ ଯାଇଛି । ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ଗୌରୀଗଂଜ ଥାନା ବାବୁଗଂଜ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏକ ବିବାହ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ବୋଲେରୋ ଟ୍ରକ୍ ସହ ଧକ୍କା ହୋଇଛି । ବିଳମ୍ବିତ ରାତିରେ ଘଟିଥିଲା ଏହି ଦୁର୍ଘଟଣା । ବିବାହ ସମାରୋହରୁ ଫେରୁଥିଲା ବରଯାତ୍ରୀ ଗାଡ଼ି । ଦ୍ରୁତଗାମୀ ବୋଲୋରୋ ଓ ଟ୍ରକ୍ ର ମଧ୍ୟରେ ଏମିତି ଦୁର୍ଘଟଣା ଘଟିଥିଲା ଯେ ସ୍ଥାନୀୟ ଲୋକେ ଏହି ଶବ୍ଦ ଶୁଣି ଚକିତ ହୋଇ ଯାଇଥିଲେ । ବୋଲେରୋରେ ଫସିଥିବା ଲୋକଙ୍କୁ ପ୍ରଥମେ ସ୍ଥାନୀୟ ଲୋକ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା । କିନ୍ତୁ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୪ ଜଣଙ୍କ ଚିକିତ୍ସା ଚାଲିଛି ।

You may have missed

1 min read
1 min read