ଭୁବନେଶ୍ୱର ୨୬।୦୩: ହୋଟେଲ ଭିଟ୍ସ ପରିସରରେ ଆମେଜ୍ ବ୍ୟାଟେରୀର ଡିଲର ମିଟ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱରର ଅଧିକୃତ ବିତରକ ଶିବଶକ୍ତି ଇଲେକ୍ଟ୍ରୋନିକସ୍ର ପାଖାପାଖି ୩୦ଜଣ ଡିଲର ଯୋଗ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ କମ୍ପାନୀର ରିଜୋନାଲ୍ ମ୍ୟାନେଜର ଦୀପକ କୁମାର ଡିଲରମାନଙ୍କ ସହ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ବିଚାର କରିଥିଲେ । କମ୍ପାନୀର ଓଡିଶା ଅଧିକାରୀ ପ୍ରଶାନ୍ତ ପ୍ରଧାନ ଏବଂ ଏରିଆ ମ୍ୟାନେଜର ରାଜେଶ କୁମାର ବସ୍ତିଆ ଡିଲରମାନଙ୍କ ସହ ବିଷଦ ଭାବରେ ଆଲୋଚନା କରିଥିଲେ । ଜୋନାଲ ମ୍ୟାନେଜର ମେଣ୍ଟୋ ସିଂହ, ସର୍ଭିସ ଇନ୍ଚାର୍ଜ ଆଶୁତୋଷ ପାଢୀ କମ୍ପାନୀର ନୂଆ ପଲିସି ବିଷୟରେ ଅବଗତ କରାଇଥିଲେ । ଡିଲରମାନେ କମ୍ପାନୀର ଏହି ପଦକ୍ଷେପକୁ ପ୍ରଂଶସା କରିଥିଲେ । ଏବଂ ଆଗାମୀ ଦିନରେ ଏହିଭଳି ଅଧିକ ଡିଲର ମିଟ୍ କରିବାର ପ୍ରସ୍ତାବ ଦେଇଥିଲେ । ଶେଷରେ ବିତରକ ସରୋଜ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଆମେଜ୍ ବ୍ୟାଟେରୀର ଡିଲର ମିଟ୍ ଅନୁଷ୍ଠିତ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ