କାବୁଲ, ସେପ୍ଟେମ୍ବର ୦୩ : ଆଫଗାନିସ୍ତାନକୁ ୨ ସପ୍ତାହ ପୂର୍ବରୁ ଜବରଦଖଲ କରିଥିବା ତାଲିବାନ ଆଜି ସରକାର ଗଢ଼ିପାରେ । ଏଥି ପାଇଁ ତାଲିବାନ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂତ୍ର ଅନୁସାରେ ଶୁକ୍ରବାର ଠାରୁ ତାଲିବାନରେ ନମାଜ ପାଠ ପରେ ଆଫଗାନିସ୍ତାନରେ ନୂଆ ସରକାରଙ୍କ ରାଜୁତି ଆରମ୍ଭ ହୋଇଯିବ । ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୫ ତାରିଖରେ ରାଜଧାନୀ କାବୁଲକୁ ତାଲିବାନ ନିଜର ଅଧୀନକୁ ନେଇଯାଇଥିଲା । ଇସଲାମିକ ଆତଙ୍କବାଦୀ ସମୂହ ଆଫଗାନିସ୍ତାନରୁ ଆମେରିକୀୟ ସେନା ଫେରାଇ ନେବା ପରେ ବିଜୟକୁ ନେଇ ଉତ୍ସାହ ଦେଖାଯାଇଥିଲା । ଏଥି ସହିତ ଦଶନ୍ଧୀ ଧରି ଚାଲିଆସିଥିବା ଗୃହ ପରେ ଦେଶରେ ଶାନ୍ତି ଓ ସୁରକ୍ଷା ଫେରାଇ ଆଣିବାକୁ ତାଲିବାନ ପ୍ରତିଜ୍ଞା କରିଛି । ଚଳିତ ସପ୍ତାହରେ ଆମେରିକା ସେନା ଆଫଗାନିସ୍ତାନରୁ ଫେରିଯାଇଥିବା ବେଳେ ତାଲିବାନ ଏଠାରେ ଶାସନ ଆରମ୍ଭ କରିବ । ଅନ୍ୟପଟରେ ଆଫଗାନିସ୍ତାନ ଅନ୍ତର୍ଜାତୀୟ ସହାୟତା ଉପରେ ନିର୍ଭର କରିଥାଏ । କାରଣ ଦେଶର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା