Headlines Odisha Tv

An Odia News Portal

ଆନନ୍ଦପୁରରେ ଚେସ୍‌ ପ୍ରତିଯୋଗିତା, ଭାଗ ନେବେ ୪୫ ଖେଳାଳି

ଆନନ୍ଦପୁର ୨୮।୧୧ :  ଜିଲ୍ଲା ଚେସ୍ ସଂଘ ପକ୍ଷରୁ ଉପଖଣ୍ଡସ୍ତରୀୟ ଚେସ୍‌ ପ୍ରତିଯୋଗିତା ଆରମ୍ଭ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନବୋଦୟ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ଏହି ଟୁର୍ଣ୍ଣାମେଣ୍ଟ । ଏଥିରେ ୪୫ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । କାର୍ଯ୍ୟକ୍ରମକୁ ଆନନ୍ଦପୁର ଉପଜିଲ୍ଲାପାଳ ଉଦ୍‌ଘାଟନ କରିଛନ୍ତି । ଆନନ୍ଦପୁର ଠାରେ ଜିଲ୍ଲା ଚେସ୍‌ ଆସୋସିଏସନ୍‌ର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।