ଭୁବନେଶ୍ବର : ଆଶ୍ବସ୍ତିର ଖବର ଦୀର୍ଘଦିନର ଲମ୍ବ ଡିଆଁ ପରେ ବର୍ତ୍ତମାନ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଫେରିଛି । ଆଜି ୩୪୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ନୂତନ ସଂକ୍ରମିତଙ୍କ ମଧ୍ୟରେ କ୍ବାରେଣ୍ଟାଇନ ସେଣ୍ଟରରୁ ୧୯୪୨ ଜଣ ଚିହ୍ନଟ ହୋଇଥିବାବେଳେ ୧୪୬୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ଅନୁଗୁଳରୁ ୧୮୩, ବାଲେଶ୍ବରରୁ ୨୯୬, ବରଗଡରୁ ୬୬, ଭଦ୍ରକରୁ ୧୭୯, ବଲାଙ୍ଗିରରୁ ୧୮, ବୌଦ୍ଧରୁ ୫୯, କଟକରୁ ୨୩୦, ଦେବଗଡରୁ ୨୩, ଢେଙ୍କାନାଳରୁ ୫୪, ଗଜପତିରୁ ୫୮, ଗଞ୍ଜାମରୁ ୩୬, ଜଗତସିଂହପୁରରୁ ୧୨୯, ଯାଜପୁରରୁ ୩୯୧, ଝାରସୁଗୁଡାରୁ ୯, କଳାହାଣ୍ଡିରୁ ୫୪, କନ୍ଧମାଳରୁ ୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡାରୁ ୭୩, କେଉଁଝରରୁ ୮୯, ଖୋର୍ଦ୍ଧାରୁ ୫୦୦, କୋରାପୁଟରୁ ୬୩, ମାଲକାନଗିରିରୁ ୭୨, ମୟୂରଭଞ୍ଜରୁ ୧୮୭, ନବରଙ୍ଗପୁରରୁ ୮୩, ନୟାଗଡ଼ରୁ ୯୭, ନୂଆପଡାରୁ ୨୮, ପୁରୀରୁ ୧୪୧, ରାୟଗଡାରୁ ୪୫, ସମ୍ବଲପୁରରୁ ୩୮, ସୋନପୁରରୁ ୨୫, ସୁନ୍ଦରଗଡରୁ ୪୮ ଓ ରାଜ୍ୟ ପୁଲରୁ ୭୬ ଜଣ ପଜିଟିଭ ରହିଛନ୍ତି । ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୮୫୯୫୨୬କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୮୦୪୯୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୫୧୧୦୪ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଏଯାବତ ମୋଟ ୧୨୭୭୭୭୩୯ଟି କରୋନା ନମୁନା ସଂଗ୍ରହ ହୋଇସାରିଛି ।
ଆଜି ୩୪୦୫ ଜଣ କରୋନା ପଜିଟିଭ ଚିହ୍ନଟ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ