ନୂଆଦିଲ୍ଲୀ, ଡିସେମ୍ବର ୨୩ : ଭାରତୀୟ ରେଳବାଇ ପକ୍ଷରୁ ପ୍ରତିଦିନ ବାତିଲ କରାଯାଇଥିବାର ତାଲିକା ଜାରି କରିଥାଏ। ବିଭିନ୍ନ କାରଣରୁ ଏହି ଟ୍ରେନ୍ ଗୁଡ଼ିକ ବାତିଲ କରିବାକୁ ପଡ଼ିଥାଏ। ସେଥି ପାଇଁ ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀ ନିଜର ଟ୍ରେନ୍ର ସ୍ଥିତି ଜାଣିବା ଦରକାର। ଭାରତୀୟ ରେଳବାଇ ଡିସେମ୍ବର ୨୩ ତାରିଖ ପାଇଁ ୩୩୫ଟି ଟ୍ରେନ୍ ବାତିଲ କରିଛି। ଏଥିରେ ୨୯୩ଟି ଟ୍ରେନ୍ ସଂପୂର୍ଣ୍ଣ ରୂପେ ରଦ୍ଦ ହୋଇଥିଲା ବେଳେ ୫୨ଟି ଟ୍ରେନ୍ ଆଂଶିକ ଭାବେ ବାତିଲ ହୋଇଛି। ରେଳବାଇର ୱେବ୍ସାଇଟ୍ enquiry.indianrail.gov.in ଅନୁସାରେ ୩୦ଟି ଟ୍ରେନ୍ର ରୁଟ ପରିବର୍ତ୍ତନ କରାଯାଇଛି। ଏତଦ ବ୍ୟତୀତ ୪ଟି ଟ୍ରେନ୍ର ଯାତ୍ରାକୁ ସମୟ ପରିବର୍ତ୍ତନ କରାଯାଇଛି।
ଆଜି ୩୩୫ ଟ୍ରେନ୍ ବାତିଲ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ