ଦୁବାଇ୦୧/୦୯: ଚଳିତ ଏସିଆ କପ୍ରେ ଗୁରୁବାର ବାଂଲାଦେଶ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଉଭୟ ଦଳ ଆଫଗାନିସ୍ତାନ ଠାରୁ ପରାଜିତ ହୋଇସାରିଛନ୍ତି । ତେଣୁ ଆଜିର ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ୍ ସହ ଗ୍ରୁପ୍ ବି’ର ଲିଗ୍ ପର୍ଯ୍ୟାୟ ଶେଷ ହେବ । ପୂର୍ବରୁ ଆଫଗାନିସ୍ତାନ ସୁପରଫୋର୍ ରାଉଣ୍ଡ୍ରେ ପ୍ରବେଶ କରିସାରିଛି । ଦ୍ୱିତୀୟ ଦଳ ଭାବେ ମ୍ୟାଚ୍ର ବିଜେତା ଏହି ରାଉଣ୍ଡ୍ରେ ପ୍ରବେଶ କରିବେ । ତେଣୁ ବିଜୟ ପାଇଁ ଉଭୟ ଦଳ ସବୁ ଶକ୍ତି ଖଟାଇବେ । ଶ୍ରୀଲଙ୍କା ଦଳରେ ବହୁ ପ୍ରତିଭାବାନ ଖେଳାଳି ରହିଛନ୍ତି । କିନ୍ତୁ ଆଫଗାନିସ୍ତାନ ବିପକ୍ଷରେ କେହି ସଫଳ ହୋଇପାରି ନଥିଲେ । କେବଳ ଭାନୁକା ରାଜାପାକ୍ସାଙ୍କୁ ଛାଡିଦେଲେ ଅନ୍ୟ କେହି ଆଫଗାନିସ୍ତାନ ବୋଲରଙ୍କ ମୁକାବିଲା କରିପାରି ନଥିଲେ । ବାଂଲାଦେଶ ମଧ୍ୟ ସମଦଶା ଭୋଗିଥିଲା। ମୁଜିବ ଉର ରେହମାନ ଓ ରସିଦ ଖାନ ୩ଟି ଲେଖାଏଁ ୱିକେଟ୍ ନେଇ ବାଂଲାଦେଶର ବିପର୍ଯ୍ୟୟ ଘଟାଇଥିଲେ ।
ଆଜି ଶ୍ରୀଲଙ୍କା ବନାମ ବାଂଲାଦେଶ, ବିଜୟୀ ଟିମ୍ ଯିବ ସୁପର୍ ୪

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ