ନୂଆଦିଲ୍ଲୀ ୦୮/୧୦: ଆଜି ବାୟୁସେନା ଦିବସ । ୧୯୩୨ ଅକ୍ଟୋବର ୮ରେ ୟୁକେର ରୟାଲ ଏୟାର ଫୋର୍ସକୁ ସହାୟତା ଯୋଗାଇବା ପାଇଁ ତତ୍କାଳୀନ ପରାଧୀନ ଭାରତରେ ବାୟୁସେନା ଦଳ ଗଠିତ ହୋଇଥିଲା । ଦ୍ୱିତୀୟ ବିଶ୍ବଯୁଦ୍ଧ ସମୟରେ ମଧ୍ୟ ଭାରତୀୟ ବାୟୁସେନା ଦଳ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲା । ୧୯୫୦ରେ ଭାରତ ଗଣତନ୍ତ୍ର ରାଷ୍ଟ୍ର ହେବା ପରେ ସେହି ଦଳ ‘ଭାରତୀୟ ବାୟୁ ସେନା’ ନାମରେ ପରିଚିତ ହେଲା । ଅକ୍ଟୋବର ୮ତାରିଖକୁ ଆମ ଦେଶରେ ‘ଭାରତୀୟ ବାୟୁସେନା ଦିବସ’ ଭାବେ ପାଳନ କରାଯାଉଛି । ଭାରତୀୟ ବାୟୁ ମାର୍ଗର ସୁରକ୍ଷା କରିବା ହେଉଛି ଏହି ସେନାର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ। ଚଣ୍ଡିଗଡ଼ଠାରେ ଆଜି ବାୟୁସେନା ଦିବସ ପାଳିତ ହେବ। ଏହି ଅବସରରେ ବାୟୁସେନା ପକ୍ଷରୁ ଯୁଦ୍ଧ ବିମାନରେ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯିବ ।
ଆଜି ବାୟୁସେନା ଦିବସ, ଯୁଦ୍ଧ ବିମାନ ଦେଖାଇବେ ଆକର୍ଷଣୀୟ ରଣକୌଶଳ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ