Headlines Odisha Tv

An Odia News Portal

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ସମ୍ବଲପୁରର ଅଧିଷ୍ଠାତ୍ରୀ ମାଆ ସମଲେଶ୍ବରୀଙ୍କଠାରେ ଲାଗି ହେବ ନବାନ୍ନ

ସମ୍ବଲପୁର ୦୧।୦୯ : ଆଜି ସାରା ପଶ୍ଚିମ ଓଡିଶା ପାଳୁଛି ନୂଆଁଖାଇ । କେବେଳ ଶୁଭ ମୂହୁର୍ତ୍ତକୁ ଅପେକ୍ଷା । ଇଷ୍ଟଦେବୀ ମାଁ ସମଲେଇଙ୍କଠାରେ ନବାନ୍ନ ଲାଗି ହେଲା ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ । ଏନେଇ ଗୁରୁବାର ସକାଳ ୧୦.୫୬ ରୁ ୧୧.୧୦ ଯାଏଁ ଲଗ୍ନ ଧାର୍ଯ୍ୟ ହୋଇଥିବାବେଳେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ମାଁଙ୍କ ମନ୍ଦିରରେ ଗୁପ୍ତ ପୂଜା କରାଯିବା ସହ ନବାନ୍ନ ଲାଗି ହେବ । ପୂଜକଙ୍କ ପରିବାରରେ ପିଠାପଣା ଠାରୁ ଆରମ୍ଭ କରି ନବାନ୍ନ ପ୍ରସ୍ତୁତ ହୋଇ ସାରିଲାଣି । ମହିଳାମାନେ ପିଠାପଣା ତିଆରିରେ ବ୍ଯସ୍ତଥିବାବେଳେ ପୂଜକମାନେ ମାଁଙ୍କ ରୀତିନିତୀରେ ବ୍ୟସ୍ତ ଅଛନ୍ତି । ସେହିପରି ପାଟଣାଗଡ଼ରେ ମାଆ ପାଟଣେଶ୍ବରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ସାରଂଗଡ଼ରେ ମାଆ ସମଲେଶ୍ବରୀ, ସୋନପୁରରେ ମାଆ ସୁରେଶ୍ବରୀଙ୍କ ଠାରେ ପୂର୍ବ ନିର୍ଧାରିତ ଲଗ୍ନ ଅନୁଯାୟୀ ନୂଆ ଚାଉଳରେ ପ୍ରସ୍ତୁତ ଭୋଗ ଲଗାଯିବ। ସମସ୍ତ ସହର ଓ ଗାଁରେ ସେଠାକାର ଅଧିଷ୍ଠିତ ଦେବାଦେବୀଙ୍କୁ ପ୍ରଥମେ ନବାନ୍ନ ଭୋଗ ଲାଗି କରାଯିବ। ଏହା ପରେ ପ୍ରତି ପରିବାରରେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ନୂଆ ଭୋଗ ଲଗାଇବେ। ଚାଷୀମାନେ ନିଜ କ୍ଷେତକୁ ଯାଇ ପୂଜା କରିବେ। ଏହାପରେ ପରିବାରର ସବୁ ସଦସ୍ୟ ଏକାଠି ବସି ନୂଆଁ ଅନ୍ନ ଖାଇବାର ପରମ୍ପରା ରହିଛି। ଅପେକ୍ଷା ରହିଛି ସେହି ଶୁଭ ମୂହୁର୍ତ୍ତକୁ ।