ନୂଆଦିଲ୍ଲୀ, ଅକ୍ଟୋବର ୧୮ : ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତୃତ୍ବରେ ଉତ୍ତରପ୍ରଦେଶର ଲଖୀମପୁର ଘଟଣାକୁ ବିରୋଧ କରି କିଷାନ ନେତା ଆଜି ଦେଶବ୍ୟାପୀ ରେଳରୋକୋ ଆନ୍ଦୋଳନ କରୁଛନ୍ତି। ଜାତୀୟ ଗଣମାଧ୍ୟମକୁ ଜଣେ କିଷାନ ନେତା କହିଛନ୍ତି ଯେ, ଆଜି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ରେଳଧାରଣା ଉପରେ ବସି ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିବେ। ୬ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ଏହି ଆନ୍ଦୋଳନକୁ ନେଇ ସ୍ପଷ୍ଟ କରିଦିଆଯାଇଛି ଯେ, ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବ। ଚାଷୀମାନଙ୍କର ଏହି ଆନ୍ଦୋଳନ ଯୋଗୁଁ ଟ୍ରେନ ସେବା ପ୍ରଭାବିତ ହୋଇପାରେ।
ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ କୁହାଯାଇଛି ଯେ, ଲଖୀମପୁର ଖେରୀରେ ମୃତ ଚାଷୀଙ୍କ ଅସ୍ଥି ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ହରିଆଣା, ପଂଜାବ ଓ ଅନ୍ୟ ରାଜ୍ୟର ରାଜରାସ୍ତାରେ ସହିଦ କଳଶ ଯାତ୍ରା ବାହାରିବ। ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ ଲଖୀମପୁରରେ ୩ ଜଣ ବିଜେପି ନେତା, ୪ ଜଣ ଚାଷୀଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାଦିନ ଚାଷୀମାନେ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରି ପ୍ରଦର୍ଶନ କରିଥିଲେ।
More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ