ହେଡ଼ଲାଇନ୍ସ ଓଡ଼ିଶା (ମିନତୀ ବଳ) : ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ୱାର ସମ୍ମୁଖରେ ଅଟକି ରହିଥିବା ୩ରଥ ଆଜି ଦକ୍ଷିଣମୋଡ଼ ନେବେ । ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ । ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ସଫାସୁତୁରା କରାଯାଇଛି । ବାଲି ବିଛା ଯାଇ ସମତୁଲ କରାଯାଇଛି । ସେବାୟତ, ପୋଲିସଙ୍କ ସହାୟତାରେ ୩ରଥକୁ ଶରଧାବାଲିକୁ ନିଆଯିବ । ରଥଯାତ୍ରା ପରଠାରୁ ୩ରଥ ଉତ୍ତରମୁହାଁ ହୋଇ ରହିଥାନ୍ତି । ୩ରଥକୁ ଆଜି ଦକ୍ଷିଣମୋଡ ଦେଇ ସୁସଜ୍ଜିତ କରି ବାହୁଡା ଯାତ୍ରା ପାଇଁ ରଖାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି । ସାଢ଼େ ୧୨ଟା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ୩ରଥକୁ ଦକ୍ଷିଣ ମୋଡ ନିଆଯିବ । ପରମ୍ପରା ଅନୁଯାୟୀ, ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ ପାଇଁ ଶରଧାବାଲିକୁ ନିଆଯିବ । ଏହା ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣମୁହାଁ କରି ରଖାଯିବ ।
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l