ଭୁବନେଶ୍ୱର, ଡିସେମ୍ବର ୧୫ : ଆଜି ଓଡିଶା ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ୩ ଦିନିଆ ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ ଓଡିଶା ଆସୁଛନ୍ତି । ପ୍ରଥମେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ରାଜୀବ କୁମାର । ପରେ ଲୋକ ସେବା ଭବନ କନଭେସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏହି ଆଲୋଚନାରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ରାଜ୍ୟ ସରକାର ଉଠାଇପାରନ୍ତି । ତେବେ ଓଡିଶାକୁ ଫୋକସ ରାଜ୍ୟର ମାନାତା ପୁଣି ଦୋହରାଇପାରନ୍ତି । ପ୍ରାକୃତିକ ପରିଚାଳନାର ସ୍ଥାୟୀ ସମାଧାନ ପାଇଁ ଅର୍ଥିକ ସହାୟତା ଯୋଗାଇବା, ଓଡିଶାକୁ ଅଧିକ ଅନୁଦାନ ଦେବା, ବିଭିନ୍ନ ବିଭାଗର ଅବହେଳା ଆଦି ପ୍ରସଙ୍ଗ ରାଜ୍ୟ ସରକାର ଉଠାଇବେ ବୋଲି କୁହାଯାଉଛି ।
ଆଜି ଓଡିଶା ଆସିବେ ନୀତି ଆୟୋଗ ଉପାଧ୍ୟକ୍ଷ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ