ଭୁୁବନେଶ୍ୱର, ଅଗଷ୍ଟ ୨୩ : ଆଜିଠୁ ଅନଲାଇନ ମୋଡରେ ପାଠ ପଢିବେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ । ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁ ଟ୍ୟୁବରେ ପାଠ ପଢାଯାଉଛି । ପ୍ରଥମରୁ ଦଶମ ଶ୍ରେଣୀ ପିଲା ୟୁ ଟ୍ୟୁବରେ ପାଠପଢାରେ ସଫଳ ହେବା ପରେ ଯୁକ୍ତ ଦୁଇ ପିଲାଙ୍କ ପ୍ରତି ଏଭଳି ନିଷ୍ପତ୍ତି ସରକାର ନେଇଛନ୍ତି । ଯେଉଁମାନେ କରୋନା ପାଇଁ କ୍ଲାସ କରିପାରୁନାହାନ୍ତି ସେମାନ ଘରେ ରହି ୟୁ ଟୁଠବରେ ସମସ୍ତ ସିଲାବସ ପଢିପାରିବେ । ଯାହା ଫଳରେ ଛାତ୍ରଛାତ୍ରୀମାନେ ଅଧିକ ଉପକୃତ ହୋଇପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ଅଭିଭାବକଙ୍କ ଅନୁମତି ଆଣି ସ୍କୁଲକୁ ଛାତ୍ରଛାତ୍ରୀମାନେ ଆସୁଛନ୍ତି । ଯେଉଁ ଅଭିଭାବକ ଅନୁମତି ଦେଉନାହାନ୍ତି ଓ ସେମାନହ୍କ ପିଲାମାନେ ୟୁ ଟ୍ୟୁବରେ ପାଠ ପଢୁଛନ୍ତି ।
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l