ରାଉରକେଲା : ଆଜିଠୁ ହକି ବିଶ୍ୱକପ୍ ମହାସମର । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ। ସ୍ପେନ ସହ ରହିଛି ପ୍ରଥମ ମୁକାବିଲା। ଭାରତ ହକି ବିଶ୍ୱକପ୍ ଚାମ୍ପିଅନ ହେବାର ସୁଯୋଗ ରହିଛି। ଏହା କହିଛନ୍ତି ଅଧିନାୟକ ହରମନପ୍ରିତ ସିଂ। ଆଜି ସଂଧ୍ୟା ୭ଟାରେ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତ, ସ୍ପେନ୍ ବିପକ୍ଷରେ ଆରମ୍ଭ କରିବ ଅଭିଯାନ। ଉଭୟ ଦେଶ ଭିତରେ ଏପର୍ଯ୍ୟନ୍ତ ଖେଳାଯାଇଛି ୩୧ଟି ମ୍ୟାଚ୍ । ଯେଉଁଠି ଭାରତ ୧୩ଟି ମ୍ୟାଚ୍ ଜିତିଥିବା ବେଲେ ୧୧ ଟି ମ୍ୟାଚରେ ବାଜି ମାରିଛି ସ୍ପେନ । ୭ଟି ମ୍ୟାଚ୍ ରହିଛି ଅମୀମାଂଶିତ । ଉଭୟ ଦେଶ ଭିତରେ ଶେଷ ମୁକାବିଲା ହୋଇଥିଲା ଗତ ବର୍ଷ ଏଫଆଇଏଚ ହକି ପ୍ରୋ ଲିଗରେ। ୨ଟି ମ୍ୟାଚ ଭିତରୁ ଗୋଟିଏ ସ୍ପେନ ଜିତିଥିଲା। ଦ୍ୱିତୀୟ ମ୍ୟାଚ୍ ନିର୍ଦ୍ଦାରିତ ସମୟରେ ଡ୍ର ରହିଥିଲା। ସୁଟ୍ ଆଉଟ୍ରେ ଜିତିଥିଲା ଭାରତ। ଏବେ ନୂଆ ଷ୍ଟ୍ରାଟେଜି ନେଇ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ରହିଛି ଭାରତୀୟ ଦଳ।
ଆଜିଠୁ ହକି ମହାକୁମ୍ଭ : ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ