ଭୁବନେଶ୍ୱର, ନଭେମ୍ବର ୨ : ଏବେ ଯାତ୍ରା କରିବା ହେବ ସହଜ । ଆଜିଠୁ ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ଉଡିବ ବିମାନ । ଇଣ୍ଡିଗୋ ଫ୍ଲାଇଟର ଏହି ସେବା ସପ୍ତାହକୁ ୩ ଥର ମିଳିବ । ପ୍ରତ୍ୟେକ ସପ୍ତାହରେ ମଙ୍ଗଳବାର, ଗୁରୁବାର ଓ ଶନିବାର ବିମାନ ଚଳାଚଳ କରିବ । ଏହି ତିନି ଦିନ ରାତି ୯ଟା ୨୦ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରୁ ବିମାନ ଛାଡିବ । ୧୧ଟା ୫୫ ମିନିଟରେ ଜୟପୁରରେ ପହଞ୍ଚିବ । ସେହିପରି ଜୟପୁରରୁ ସନ୍ଧ୍ୟା ସାଢେ ୬ଟାରେ ବିମାନ ବାହରି ଭୁବନେଶ୍ୱରରେ ପହଞ୍ଚିବ ରାତି ୮ଟା ୫୦ ମିନିଟ୍ରେ । ପ୍ରତ୍ୟେକ ରାଉଣ୍ଡ ଟ୍ରିପ୍ ପିଛା ରାଜ୍ୟ ସରକାରଙ୍କୁ ୭୫ ହଜାର ଟଙ୍କା ଦେବାକୁ ପଡିବ ।
ଏହାସହିତ ଡିସେମ୍ବର ୨ ତାରିଖରୁ ଭୁବନେଶ୍ୱରରୁ ଗୋଆ ମଧ୍ୟରେ ବିମାନ ଚଳାଚଳ କରିବ । ଗୋଆକୁ ସପ୍ତାହର ସବୁ ଦିନ ଇଣ୍ଡିଗୋ ବିମାନ ଚାଲିବ । ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଡ ପ୍ରଭାତ ରଞ୍ଜନ ବେଉରିଆ କହିଛନ୍ତି ।
More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ